ଭୁବନେଶ୍ୱର: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ଓଡିଶାର ଅବକାରୀ ବିଭାଗ ସଜାଗ ହୋଇଛି । ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି । ଏହି ସମୟରେ ଭୁବନେଶ୍ବରରେ ଅବକାରୀ ରେଡ୍ ବେଳେ ଅପ୍ରୀତିକର ପରିସ୍ଥିତି। ଅବକାରୀ ବିଭାଗର ଏତଲା ପରେ ଚନ୍ଦ୍ରଶେଖରପୁର ପୋଲିସ ଦ୍ୱାରା ୩ ଅଟକ ରଖାଯାଇଛି । ଏ ନେଇ ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଭୁବନେଶ୍ବର ଅବକାରୀ ଅଧୀକ୍ଷକ ।
ସେ କହିଛନ୍ତି ବିୟର ବୋତଲରେ ଅବକାରୀ ବିଭାଗ ଗାଡ଼ିକୁ ଆକ୍ରମଣ ହୋଇଥିଲା । ଅବକାରୀ ଅଫିସର୍ ୟୁନିଫର୍ମରେ ଥିବା ସତ୍ତ୍ବେ ତାଙ୍କ ଉପରେ ହମଲା କରିଥିଲେ କିଛି ଲୋକେ। ଭୁବନେଶ୍ବର ଚନ୍ଦ୍ରଶେଖର ଥାନା ଅଞ୍ଚଳର ଏକ ବାର୍ ରେ ରେଡ୍ କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଖାଲି ସେତିକି ନୁହେଁ ବାର୍ ରେ ରେଡ୍ କୁ ବି ଏମାନେ ବିରୋଧ କରିଥିଲେ। ଘଟଣାକୁ ନେଇ ଚନ୍ଦ୍ରଶେଖର ଥାନାରେ ଅଭିଯୋଗ ପରେ ତିନି ଜଣଙ୍କୁ ପୋଲିସ୍ ଅଟକ ରଖିଛି।
