• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ NIA

by Voice of Victims
December 15, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ NIA

ନୂଆଦିଲ୍ଲୀ  : ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଜମ୍ମୁର ଏକ ସ୍ୱତନ୍ତ୍ର NIA କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ । ୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମ ବୈସରନ ଉପତ୍ୟାକାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୋଇବା (LeT)ର ତିନିଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ତା ଭିତରେ ଅଧିକାଂଶ ପର୍ଯ୍ୟଟକ ଥିଲେ । ଆକ୍ରମଣରେ ୧୬ ଜଣ ଆହତ ହୋଇଥିଲେ।

‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ତିନି ଆତଙ୍କବାଦୀ ସୁଲେମାନ ଓରଫ ଫୈଜଲ ଜାଟ୍, ହାମଜା ଆଫଗାନି ଏବଂ ଜିବ୍ରାନ, ଜୁଲାଇ ୨୮ ତାରଖରେ ନିହତ ହୋଇଥିଲେ । ଶ୍ରୀନଗର ନିକଟରେ ଚାଲିଥିବା ଅପରେସନ୍ ମହାଦେବରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଥିଲେ । ଜୁନ୍ ୨୦୨୫ରେ, NIA ଦୁଇଜଣ ସ୍ଥାନୀୟ ବ୍ୟକ୍ତି ପରଭେଜ୍ ଅହମ୍ମଦ ଜୋଥର ଏବଂ ବଶିର ଅହମ୍ମଦ ଜୋଥରଙ୍କୁ ଗିରଫ କରିଥିଲା । ସେମାନେ ଆତଙ୍କବାଦୀଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇଥିଲେ । ପଚରାଉଚରା ବେଳେ ଆକ୍ରମଣକାରୀଙ୍କ ପରିଚୟ ପ୍ରକାଶ କରିଥିଲେ । ଭାରତୀୟ ସେନା ମେ ୭ତାରିଖରେ ‘ଅପରେସନ୍ ସିନ୍ଦୂର’ରେ ପହଲଗାମ ଆକ୍ରମଣର ଜବାବ ଦେଇଥିଲା ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In