• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପଢ଼ି ଗଢ଼ିଥିବା ଗୁରୁମାନଙ୍କୁ ସଲାମ: ନରସିଂହପୁର କ୍ଲଷ୍ଟରରେ ଭାବଗମ୍ଭୀର ବିଦାୟ ସମାରୋହ, ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

by Voice of Victims
December 21, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ପଢ଼ି ଗଢ଼ିଥିବା ଗୁରୁମାନଙ୍କୁ ସଲାମ: ନରସିଂହପୁର କ୍ଲଷ୍ଟରରେ ଭାବଗମ୍ଭୀର ବିଦାୟ ସମାରୋହ, ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

ରଣପୁର, ୨୦/୧୨ : ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାରି ଜଣ ଶିକ୍ଷକଙ୍କ ଅବସର ଓ ବିଦାୟ ଉପଲକ୍ଷେ ଏକ ଗରିମାମୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଶିକ୍ଷକମାନଙ୍କର ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ସେବା ଓ ଶିକ୍ଷା ମାଧ୍ୟମରେ ସମାଜ ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରି ସଭା ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନେ ସମାଜର ମେରୁଦଣ୍ଡ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଶିକ୍ଷକଙ୍କ ନିଷ୍ଠା, ତ୍ୟାଗ ଓ ଶିକ୍ଷା ପ୍ରତି ସମର୍ପଣକୁ ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଂଜନ ଦାଶ, ପ୍ରାକ୍ତନ ସାଧନ କେନ୍ଦ୍ର ସଂଯୋଜକ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳାଦ୍ରି ବିହାରୀ ସୁବୁଦ୍ଧି, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ଶିକ୍ଷାବିଦ୍‌ ଜଗନ୍ନାଥ ଦାଶ ଓ ବ୍ରଜବନ୍ଧୁ ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ରାଉତରାୟ, ସମାଜସେବୀ ବସନ୍ତ ଦାଶ ପ୍ରମୁଖ ଯୋଗଦେଇ ସଭାକୁ ଉଜ୍ଜ୍ୱଳ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ଚନ୍ଦନ, ଫୁଲମାଳ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଥମ ଛାତ୍ର ଲୋକନାଥ ସାହୁ ଓ ଜଳଧର ମାର୍ଥାଙ୍କୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭ୍ରମରବର ତାଡ଼ ଶ୍ଳୋକ ପଠନ କରି ସଭାକୁ ଆଧ୍ୟାତ୍ମିକ ମର୍ଯ୍ୟାଦା ପ୍ରଦାନ କରିଥିଲେ।

ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ମନୋଜ କୁମାର ବିଶ୍ୱାଳ, ପ୍ରଭାକର ଭୋଇ, ପ୍ରଫୁଲ ପ୍ରଧାନ ଓ ପଦୋନ୍ନତି ପାଇ ଅନ୍ୟତ୍ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ମନୋରଞ୍ଜନ ମହାରଣାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ କରି ଗରିମାମୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏଲଷା ପରିଡା ଓ ପ୍ରଲିପ୍ତା ଜେନାଙ୍କ ହୃଦୟସ୍ପର୍ଶୀ ବକ୍ତବ୍ୟ ସଭାସ୍ଥଳରେ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା। କ୍ଲଷ୍ଟରର ସମସ୍ତ ଶିକ୍ଷକ–ଶିକ୍ଷୟତ୍ରୀ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ନେହଭରା ଓ ଉଚ୍ଚକୋଟିର ବକ୍ତବ୍ୟ ରଖିଥିଲେ।

ଶେଷରେ ଭାଗବତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଫଳତାରେ ଅଜୟ କୁମାର ସାହୁ, ସୁକାନ୍ତ କୁମାର ବେହେରା, ରାଜକିଶୋର ଦୋରା, ରମେଶ ଚନ୍ଦ୍ର ନାୟକ, ଶରତ ନାୟକଙ୍କ ସହ କ୍ଲଷ୍ଟରର ସମସ୍ତ ଶିକ୍ଷକ–ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।

Post Views: 98
Share205Tweet128Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In