• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା, ଲିବିଆର ସେନା ମୁ୍ଖ୍ୟଙ୍କ ସମେତ ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ

by Voice of Victims
December 24, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା, ଲିବିଆର ସେନା ମୁ୍ଖ୍ୟଙ୍କ ସମେତ ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ

ତୁର୍କୀ : ତୁର୍କୀରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ତୁର୍କୀର ରାଜଧାନୀ ଅଙ୍କାରାରୁ ଉଡ଼ାଣ ଭରି ଲିବିଆର ସାମରିକ ମୁଖ୍ୟ,୪ ଜଣ ଅଧିକାରୀ ଏବଂ ୩ ଜଣ କ୍ରୁର ସଦସ୍ୟଙ୍କୁ ନେଇ ଫେରୁଥିବାବେଳେ ବିମାନ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ  ଘଟିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାନୁଯାୟୀ, ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ ଫାଲକନ୍ ୫୦ ପ୍ରକାରର ବ୍ୟବସାୟିକ ଜେଟ୍‌ର ଭଗ୍ନାବଶେଷ ଆଙ୍କାରାର ଦକ୍ଷିଣରେ ପ୍ରାୟ ୭୦ କିଲୋମିଟର ଦୂରରେ ହାଇମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ମିଳିଛି । ତୁର୍କୀ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନେ କହିଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଲିବିଆ ଫେରୁଥିବା ବିମାନ ସହିତ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ରାତି ୮ଟା ୩୦ମିନିଟରେ ଉଡ଼ାଣ କରିଥିଲା ​​ଏବଂ ୪୦ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ତୁର୍କୀର ହୋମ୍ ମିନିଷ୍ଟର ଅଲି ୟେର୍ଲିକାୟା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି  । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ହାଇମାନା ନିକଟରେ ଜରୁରୀକାଳୀନ ଅବତରଣ ପାଇଁ ସଙ୍କେତ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟିଥିବା ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ୩ ଜଣ କ୍ରୁର ସଦସ୍ୟଙ୍କ ପରିଚୟ ମିଳିପାରିନାହିଁ ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In