• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦୀର୍ଘ ୧୭ ବର୍ଷ ପରେ ସ୍ବଦେଶ ଫେରିଲେ ତାରିକ ରେହମାନ, ଢାକା ପହଞ୍ଚିବା ପରେ ଖାଲିପାଦରେ ଠିଆ ହେଲେ

by Voice of Victims
December 25, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଦୀର୍ଘ ୧୭ ବର୍ଷ ପରେ ସ୍ବଦେଶ ଫେରିଲେ ତାରିକ ରେହମାନ, ଢାକା ପହଞ୍ଚିବା ପରେ ଖାଲିପାଦରେ ଠିଆ ହେଲେ

ଢାକା : ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ ୧୭ବର୍ଷ ସ୍ବଦେଶକୁ ଫେରିଛନ୍ତି । ଲଣ୍ଡନରେ ୧୭ ବର୍ଷ ରହିବା ପରେ ଢାକାକୁ ଫେରିଛନ୍ତି ତାରିକ ରେହମାନ । ସେ ଫେରିବା ନେଇ ଶତାଧିକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଢାକା ବିମାନବନ୍ଦରରେ ରେହମାନ ଏବଂ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ । ରେହମାନଙ୍କ ବାଂଲାଦେଶ ଫେରିବା ବେଳେ ବିଏନପି ସମର୍ଥକ ଏବଂ ଦଳୀୟ କର୍ମୀ ବିମାନବନ୍ଦର ଅଭିମୁଖେ ପଦଯାତ୍ରା କରିଥିଲେ । ୫୦ ଲକ୍ଷରୁ ଅଧିକ ସମର୍ଥକ ତାଙ୍କ ସ୍ୱାଗତ ପାଇଁ ସମାବେଶରେ ଯୋଗ ଦେଇଥିଲେ । ଢାକାରେ ପହଞ୍ଚିବା ପରେ ରେହମାନ ଖାଲିପାଦରେ କିଛି ସମୟରେ ଛିଡା ହୋଇଥିଲେ । ଏହାପରେ ବୁଲେଟପ୍ରୁଫ ବସରେ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ । ଏୟାରପୋର୍ଟ ଠାରୁ ଆରମ୍ଭ କରି ରାଲି ସ୍ଥାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ଭଳି ସୁରକ୍ଷା ପ୍ରଦାନ କରାଯାଇଥିଲା ।

୨୦୦୮ ମସିହାରୁ ରେହମାନ ଲଣ୍ଡନରେ ରହୁଛନ୍ତି । କାରଣ ସେ ବାଂଲାଦେଶରେ ଅନେକ ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିଲେ । ମନି ଲଣ୍ଡରିଂ ଏବଂ ହାସିନାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ସହିତ ଜଡିତ ଏକ ମାମଲାରେ ସାମିଲ ଥିଲେ ରେହମାନ । ହାସିନାଙ୍କୁ ହଟାଇବା ପରେ ରେହମାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି । ସେପ୍ଟେମ୍ବର ୨୦୦୮ ରେ ବାଂଲାଦେଶ ଛାଡିବା ପରେ ଲଣ୍ଡନରେ ରହିଥିଲେ । ବିଦେଶରେ ରହି ସେ ଦଳକୁ ନେତୃତ୍ୱ ଦେଇଥିଲେ । ରେହମାନ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ୨୦୨୪ ମସିହାରେ ହସିନା ସରକାରଙ୍କ ପତନ ପରେ, ତାଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ହେବା ପରେ ତାରିକ ବାଂଲାଦେଶ ଫେରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସେ ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ ହେବେ ବୋଲି ଆଶା କରାଯାଉଛି ।

Post Views: 42
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In