• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜିଆଙ୍କ ପରଲୋକ, ୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

by Voice of Victims
December 30, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଜିଆଙ୍କ ପରଲୋକ, ୮୦ ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବାଂଲାଦେଶ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବୟସ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍, ହୃଦରୋଗ, କିଡନୀ ସମସ୍ୟା ଏବଂ ମଧୁମେହ ଭଳି ଅନେକ ଜଟିଳ ରୋଗରେ ପୀଡ଼ିତ ଥିଲେ । ଗତ ନଭେମ୍ବର ମାସରୁ ସେ ଢ଼ାକା ଏଭର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା । ବାଂଲାଦେଶ ରାଜନୀତିର ଜଣେ ଶ୍ତିଶାଳୀ ନେତ୍ରୀ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ବେଗମ୍ ଖାଲେଦା ଜିଆ ।

ସେ ୧୯୮୧ ମସିହାରେ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରପତି ଜିଆଉର ରହମାନଙ୍କ ହତ୍ୟା ପରେ ରାଜନୀତିକୁ ଆସିଥିଲେ। ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳି ଥିଲେ । ସେ ସାମରିକ ଶାସନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଦୁର୍ନୀତି ଅଭିଯୋଗ ଏବଂ ଜେଲ୍ ଦଣ୍ଡର ମଧ୍ୟ ସାମ୍ନା କରିଥିଲେ । ଖାଲେଦା ଜିଆ ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ରାଜନୈତିକ ଲଢ଼େଇ ପାଇଁ ବାଂଲାଦେଶ ରାଜନୀତି ସାରା ବିଶ୍ୱରେ ପରିଚିତ । ତାଙ୍କ ମୃତ୍ୟୁ ସହିତ ବାଂଲାଦେଶ ରାଜନୀତିର ଏକ ବଡ଼ ଅଧ୍ୟାୟ ଶେଷ ହୋଇଛି ।

Post Views: 43
Share199Tweet125Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In