ପୁରୀ : ଦୁର୍ଘଟଣା ପରେ ଉତ୍ତେଜନା । ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବୋଲେରୋ ସହ ପିଟି ହୋଇଗଲା ସ୍କୁଟି । ଧକ୍କା ଦେବା ପରେ ସ୍କୁଟିକୁ ଘୋଷାଡ଼ି ନେଲା ବୋଲେରୋ ।
ସ୍କୁଟି ଚାଳକ ଓ ପଛରେ ବସିଥିବା ଦୁଇଜଣ ଛୋଟପିଲା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
