ଭୁବନେଶ୍ଵର : ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ଲୁଚାଇ ପିଡିଏସ ସାମଗ୍ରୀ ଉଠାଇଲେ ଦେଢଗୁଣା ଅର୍ଥ ଆଦାୟ କରାଯିବ । ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ପରଠାରୁ ନେଇଥିବା ପିଡିଏସ ସାମଗ୍ରୀର ମୂଲ୍ୟର ଦେଢ଼ଗୁଣ ଅର୍ଥ ପରିବାର ଲୋକଙ୍କ ଠାରୁ ଆଦାୟ କରାଯିବ । ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦାୟ ୨୦୧୬କ ଧାରା ୨୭(୧)ରେ ସଂଶୋଧନ କରାଯାଛି ।

ଏହାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସେହିପରି ଅନ୍ତୋଦ୍ୟୋୟ ଅନ୍ନ ଯୋଜନାରେ ହିତାଧିତାରୀଙ୍କୁ ସାମିଲ ପାଇଁ ଆୟ ସୀମା ବଢ଼ିଛି । ପୂର୍ବରୁ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ରୁ ଅଧିକ ଦରମା ପାଉଥିଲେ ଏଥିରୁ ବାଦ ପଡୁଥିଲେ । ସରକାର ଏବେ ଆୟ ମାନଦଣ୍ଡକୁ ବୃଦ୍ଧି କରିଛନ୍ତି । ଗ୍ରାମାଞ୍ଚଳ ପାଇଁ ୧୫ ହଜାର ଓ ସହରାଞ୍ଚଳ ପାଇଁ ଆୟ ସୀମା ୨୦ ହଜାର ରଖାଯାଇଛି ।
