କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ହୋଲି ଉତ୍ସବ ଓ ବାସନ୍ତୀ ନବଶସ୍ୟେଷ୍ଟି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ରବି ରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ଦୋଳ ଉତ୍ସବ ଓ ହୋଲି ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରୀ ଶିଶିର ଜେନା, କିଶୋର ସାଗର, ନିମାଇଁ ଜେନା, ବିଚିତ୍ର ସାହୁ, ସ୍ବରୂପ ସାହୁ, ଭରତ ଶର୍ମା, ଆଶିଷ ହାଲଦାର, ପ୍ରିୟବ୍ରତ ରାଉତରାୟ, ସବିତା ପରିଡ଼ା, ସି ଏଚ୍ ବସନ୍ତା, ଝୁନାରାଣୀ ବେହେରା, ମମତା ମହାପାତ୍ର, ବନ୍ଦିତା ମହାପାତ୍ର, ଇତିଶ୍ରୀ ପାଣିଗ୍ରାହୀ, ଅନୁପମା ରାଉଳ, ରୀତା ପୁହାଣ, ତପସ୍ଵିନୀ ମହାନ୍ତି, କବିତା କରଣ ଓ ସରୋଜିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଯୋଗନୃତ୍ୟ, ଦହି ହାଣ୍ଡି ଭଙ୍ଗା, ନାମ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସୁରଭି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
