ବାଲେଶ୍ଵର (ଭିଓଭି) : ୩୦/୯ : – ଆଜି ସକାଳ ୯ ଟା ସମୟରେ ବାଳାଶ୍ରମ ନିକଟ ସହଦେବଖୁଣ୍ଟା ସ୍ଥିତ ହିରୋ ବାଇକ୍ ସୋରୁମ୍ ରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ଅଗ୍ନିକାଣ୍ଡରେ ସାମଗ୍ରୀ ସହିତ ବାଇକ୍ ଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
