ରଣପୁର: ସର୍ବ ଭାରତୀୟ ସ୍ତରରେ “MY Bharat” (ମେରା ୟୁବା ଭାରତ) ଦ୍ଵାରା ଆୟୋଜିତ ସେବା ପଖୱାଡା (ସେବା ପକ୍ଷ) ଅଭିଯାନ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପରିପ୍ରେକ୍ଷୀରେ ୨୯ତାରିଖ ଦିନ ବୃକ୍ଷ ରୋପଣ ଓ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଏବଂ ପରିବେଶ ଅନୁକୂଳ ବିକଳ୍ପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅଧିବେଶନରେ ଏକକ-ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର କମାଇବା ସହ ପରିବେଶ ଅନୁକୂଳ ବିକଳ୍ପ ଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ରଣପୁର ଅଞ୍ଚଳର “ଗଛ ସାର୍” ରୂପେ ପରିଚିତ ପ୍ରକୃତି ମିତ୍ର କୈଳାସଚନ୍ଦ୍ର ରଥ ଯୋଗ ଦେଇଥିଲେ। “ମାଇଁ ଭାରତ ରଣପୁର ବ୍ଲକ୍” ର ପ୍ରତିନିଧି ସଂଜୀବ କୁମାର ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଗାମୀ ଦିନ ମାନଙ୍କରେ ଆହୁରି ଅନେକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
