• About Us
  • Contact Us
Sunday, June 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ପହିଲି ରଜ, ସାରା ଓଡ଼ିଶା ଉତ୍ସବମୁଖର

by Voice of Victims
June 14, 2026
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା
ଆଜି ପହିଲି ରଜ, ସାରା ଓଡ଼ିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ ହଳ କରିବା, କୋଡ଼ି ହାଣିବା ବା ମାଟି ଖୋଳିବାକୁ ସମ୍ପୂର୍ଣ୍ଣ ବାରଣ ଥାଏ। ପହିଲି ରଜର ମୁଖ୍ୟ ଆକର୍ଷଣ ହେଉଛି ଝିଅମାନଙ୍କ ସଜବାଜ, ରଜ ଦୋଳି ଓ ଗୀତ, ପିଠାପଣାର ମହକ, ରଜ ପାନର ଚମକ।

ରଜରେ କୁମାରୀମାନେ ନୂଆ ପୋଷାକ ପିନ୍ଧି ପାଦରେ ଅଳତା ଲଗାଇ ପିଠାପଣା ସହ ରଜପାନର ମଜା ନେଇଥାନ୍ତି । ଗାଁରୁ ସହର ପ୍ରାୟ ସବୁଠି ପାରମ୍ପରିକ ରଜ ଦୋଳି ବନ୍ଧାଯାଇଥାଏ। “ବନସ୍ତେ ଡାକିଲା ଗଜ” ଭଳି ସୁମଧୁର ଗୀତ ଗାଇ ଝିଅମାନେ ଆନନ୍ଦରେ ଦୋଳି ଖେଳନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି । ବିଶେଷ କରି ଭୁବନେଶ୍ୱର ଜନତା ମୈଦାନଠାରେ ଚାଲିଥିବା ‘ଆନ୍ତର୍ଜାତୀୟ ରଜ ଉତ୍ସବ’ରେ ଲୋକଙ୍କର ପ୍ରବଳ ଭିଡ଼ ଜମୁଛି । ଆସନ୍ତାକାଲି ରଜର ମୁଖ୍ୟ ଦିନ ‘ରଜ ସଂକ୍ରାନ୍ତି’ ପାଳନ କରାଯିବ। ତୃତୀୟ ଦିନରେ ‘ବାସୀ ରଜ’ ଏବଂ ଚତୁର୍ଥ ଦିନରେ ‘ବସୁମତୀ ସ୍ନାନ’ ସହ ସୁନ୍ଦର ପର୍ବର ସମାପ୍ତି ଘଟିବ ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ
  • ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ
  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 
  • ପହିଲି ରଜରେ ସ୍ତ୍ରୀକୁ କଟୁରୀରେ ହାଣିଲେ ସ୍ୱାମୀ
  • ଆଜି ପହିଲି ରଜ, ସାରା ଓଡ଼ିଶା ଉତ୍ସବମୁଖର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In