• About Us
  • Contact Us
Thursday, August 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ

by Voice of Victims
August 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ

ରଣପୁର, ୨୦/୦୮ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନ ବେଣ୍ଟ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜଙ୍ଗଲ ମଧ୍ୟରେ ଏକ ପାଣି ଧାର ନିକଟରୁ ମୃତଦେହଟି ଉଦ୍ଧାର ହୋଇଥିବା ବେଳେ, ଦୀର୍ଘ ସମୟ ଧରି ପଡ଼ି ରହିଥିବାରୁ ଶରୀରର ଅଧିକାଂଶ ମାଂସପେଶୀ ନଷ୍ଟ ହୋଇ କେବଳ ହାଡ଼ କଙ୍କାଳ ଓ ଖପୁରୀ ଦେଖାଯାଉଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ଦେହରେ ନୀଳ ରଙ୍ଗର ପ୍ୟାଣ୍ଟ ଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ଏଯାବତ୍‌ ମିଳିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ରହସ୍ୟ ଘେରରେ ରହିଛି।

ସୂଚନା ମୁତାବକ, ଜଣେ ଗାଈଆଳ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ସମୟରେ ଅଞ୍ଚଳରୁ ଆସୁଥିବା ଦୁର୍ଗନ୍ଧ ଅନୁଭବ କରିଥିଲେ। ପରେ ସ୍ଥାନୀୟ ଲୋକେ ଦୁର୍ଗନ୍ଧର ଉତ୍ସ ଖୋଜି ଜଙ୍ଗଲ ଭିତରକୁ ଯାଇ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ମୃତକ କିଏ, କେବେ ଏବଂ କିପରି ଏଠାକୁ ଆସିଲେ, ତାଙ୍କ ମୃତ୍ୟୁ ସ୍ୱାଭାବିକ ନା ଏହା ପଛରେ କୌଣସି ଅପରାଧିକ ଘଟଣା ରହିଛି—ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ଓ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ
  • ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ କାଟୁଥିଲେ ଆଜୀବନ ଜେଲ୍
  • ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା
  • ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In