• About Us
  • Contact Us
Thursday, August 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

by Voice of Victims
August 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା, ୨୫ରେ ପହଁଚିଲା ସଂଖ୍ୟା

ନନ୍ଦନକାନନରୁ ଖୁସି ଖବର। ଆସୁଛନ୍ତି ନୂଆ ବିଦେଶୀ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବଶିଘ୍ର ନନ୍ଦନକାନନରେ ପହଞ୍ଚିବେ।

ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ। ତେବେ ଦୁଇହଳ ରେଡ କଙ୍ଗାରୁ ନନ୍ଦନକାନନ ଆସିବେ। ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ଭାରତ ଅଣାଯାଇଥିଲା।

ବର୍ତ୍ତମାନ ନନ୍ଦନକାନନକୁ ଚିତା ପ୍ରଥମ ଥର ଆସିବାକୁ ଯାଉଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଦୁଇହଳ ଚିତା ନନ୍ଦନକାନନ ଆସିବେ। ଏଥିପାଇଁ ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛି। ଦୁଇ ହଳ ୱାଇଲ୍ଡବିଷ୍ଟ୍ ନନ୍ଦନକାନନ ଆସିବାର ଯୋଜନା ରହିଛି। ସେହିପରି ଦୁଇହଳ ଆଫ୍ରିକୀୟ ଜେବ୍ରା ମଧ୍ୟ ଆସିବାକୁ ଯାଉଛି।

ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ। ଖୁବ ଶୀଘ୍ର ନନ୍ଦନକାନନକୁ ଆସିବ ବିରଳ ଓ ଅତି ସୁନ୍ଦର ଲାଲ୍ ପାଣ୍ଡା। ଏହା ନନ୍ଦନକାନନ ପାଇଁ ଏକ ନୂଆ ପ୍ରଜାତି। ଏହାକୁ ଆଣିବା ପାଇଁ କର୍ତ୍ତୃପକ୍ଷ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି।

ପୂର୍ବ ହିମାଳୟର ଘଞ୍ଚ ଜଙ୍ଗଲର ସବୁଠୁ ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ଲାଲ ପାଣ୍ଡା । ଏହି ବିରଳ ପ୍ରାଣୀକୁ ଦେଖିବା ପାଇଁ ଲୋକେ ସିକିମ, ଦାର୍ଜିଲିଂ ଯିବାକୁ ପଡୁଥିଲା। ହେଲେ ଏଣିକି ଆଉ ଦୂରକୁ ଯିବାକୁ ପଡିବନି । ନନ୍ଦନକାନନରେ ହିଁ ଦେଖିବାକୁ ମିଳିବ ଏହି କୌତୁହଳ ଲାଲ ପାଣ୍ଡା। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସିଜେଡଏ ଅନୁମୋଦନ ମିଳିଲେ ନନ୍ଦନକାନନ ଆସିବେ ଏହି ଲାଲ୍ ପାଣ୍ଡା।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ
  • ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ କାଟୁଥିଲେ ଆଜୀବନ ଜେଲ୍
  • ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା
  • ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In