• About Us
  • Contact Us
Saturday, August 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଚିନି, ଖାଉଟିଙ୍କ ଚିନ୍ତା ବଢ଼ାଇଲା ଦରବୃଦ୍ଧି

by Voice of Victims
August 22, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଚିନି, ଖାଉଟିଙ୍କ ଚିନ୍ତା ବଢ଼ାଇଲା ଦରବୃଦ୍ଧି

ନୂଆଦିଲ୍ଳୀ: ଦେଶରେ ଚିନି ଦରରେ ନିଆଁ । ମାସକରେ କିଲୋ ପିଛା ୭ ଟଙ୍କାରୁ ଅଧିକ ବୃଦ୍ଧି, ପାର୍ବଣ ପୂର୍ବରୁ ଖାଉଟିଙ୍କ ଚିନ୍ତା ବଢ଼ିଲା । ପାର୍ବଣ ଋତୁ ପୂର୍ବରୁ ଦେଶରେ ଚିନି ଦରରେ ଅସ୍ୱାଭାବିକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ କିଛି ସପ୍ତାହ ଧରି ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଦର ଲଗାତାର ଉପରମୁହାଁ ହୋଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଜୁଲାଇ ୨୦ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋ ପିଛା ୪୮ଟଙ୍କା ୧୮ ପାଇସା ଥିବାବେଳେ ଅଗଷ୍ଟ ୨୦ରେ ଏହା ୫୫ଟଙ୍କା ୭୦କୁ ବୃଦ୍ଧି ପାଇଛି । ଅର୍ଥାତ୍ ମାତ୍ର ମାସକ ମଧ୍ୟରେ କିଲୋ ପିଛା ୭ଟଙ୍କା ୫୨ ବଢ଼ିଛି । କେତେକ ସହରରେ ଦର ଜାତୀୟ ହାରାହାରିଠାରୁ ମଧ୍ୟ ଯଥେଷ୍ଟ ଅଧିକ ରହିଛି । କୋଲକାତାର କେତେକ ବଜାରରେ ଖୁଚୁରା ଚିନି ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ବେଳେ ପଞ୍ଜାବର ଅମୃତସରରେ ଏହା ପ୍ରାୟ ୬୫ ଟଙ୍କାରେ ବିକ୍ରି ହେଉଛି । ଚିନି ଦର ବୃଦ୍ଧି ପଛରେ ଏକାଧିକ କାରଣ ରହିଥିବା କେନ୍ଦ୍ର ସରକାର କହିଛନ୍ତି ।

ଦେଶରେ ଚିନି ଉତ୍ପାଦନ ପୂର୍ବ ଆକଳନଠାରୁ କମ୍ ହେବା ଏହାର ଏକ ପ୍ରମୁଖ କାରଣ । ପ୍ରାରମ୍ଭରେ ଉତ୍ପାଦନ ପ୍ରାୟ ୩୪୩ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଆକଳନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ପ୍ରାୟ ୩୦୬ LMTକୁ ହ୍ରାସ ପାଇବାର ଆକଳନ କରାଯାଇଛି । ଏହା ସହ ପାଗଜନିତ ପ୍ରଭାବ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି, ବିଶ୍ୱ ବଜାରରେ ଯୋଗାଣ ସ୍ଥିତି ଓ ମହଜୁଦ ଓ କଳ୍ପନାଜଳ୍ପନାମୂଳକ କାରବାରକୁ ମଧ୍ୟ ଦରବୃଦ୍ଧିର କାରଣ ଭାବେ ଦର୍ଶାଯାଇଛି । ଚିନି ଦର ବୃଦ୍ଧି ପାଇଁ ଇଥାନଲ ଉତ୍ପାଦନକୁ ଦାୟୀ କରାଯାଉଥିବା ଯୁକ୍ତିକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଇଥାନଲ ଉତ୍ପାଦନ ପାଇଁ ଚିନି କିମ୍ବା ଆଖୁର ବ୍ୟବହାର ହିଁ ବର୍ତ୍ତମାନର ଦରବୃଦ୍ଧିର କାରଣ ବୋଲି କହିବା ଠିକ୍ ନୁହେଁ ବୋଲି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସ୍ପଷ୍ଟ କରିଛି। ସରକାର ମୁଖ୍ୟତଃ କମ୍ ଉତ୍ପାଦନ, ଚାହିଦା ବୃଦ୍ଧି ଓ ବଜାରରେ ମହଜୁଦ ଭଳି କାରଣକୁ ଦାୟୀ କରିଛନ୍ତି।

ଚିନିର କୃତ୍ରିମ ଅଭାବ ସୃଷ୍ଟି ଓ ମହଜୁଦ ରୋକିବା ପାଇଁ କେନ୍ଦ୍ର ପୂର୍ବରୁ ଷ୍ଟକ୍ ହୋଲ୍ଡିଂ ଲିମିଟ୍ ଲାଗୁ କରିଛି । ଏହି ବ୍ୟବସ୍ଥା ଅଗଷ୍ଟ ୧ରୁ ନଭେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ। ବ୍ୟବସାୟୀଙ୍କୁ ପ୍ରତି ସପ୍ତାହରେ ନିଜ ଚିନି ଷ୍ଟକ୍ ସମ୍ପର୍କିତ ତଥ୍ୟ ସରକାରୀ ପୋର୍ଟାଲରେ ଅପଡେଟ୍ କରିବାକୁ କୁହାଯାଇଛି । ସରକାର କହିଛନ୍ତି, କେତେକ ବ୍ୟବସାୟୀ ଓ ମଧ୍ୟସ୍ଥିଙ୍କ ମହଜୁଦ ଏବଂ କଳ୍ପନାଜଳ୍ପନାମୂଳକ କାରବାର ବଜାରରେ କୃତ୍ରିମ ଅଭାବର ଧାରଣା ସୃଷ୍ଟି କରି ଦରକୁ ପ୍ରଭାବିତ କରିଛି । ସଦ୍ୟତମ ପଦକ୍ଷେପରେ ବୃହତ୍ ଉପଭୋକ୍ତାଙ୍କ ପାଇଁ ଚିନି ମହଜୁଦ ସୀମାକୁ ୩୦ ଦିନରୁ କମାଇ ୧୫ ଦିନ କରାଯାଇଛି। ମିଲ୍ ଗୁଡ଼ିକର ବିକ୍ରି ଓ କ୍ରେତାଙ୍କ ସମ୍ପର୍କିତ ତଥ୍ୟ ଉପରେ ମଧ୍ୟ ସରକାର ନଜର ରଖୁଛନ୍ତି । ଘରୋଇ ବଜାରରେ ଯୋଗାଣ ବଢ଼ାଇ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ୧୦ ଲକ୍ଷ ଟନ୍ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଥିବା ରିପୋର୍ଟ ହୋଇଛି ।

ପ୍ରାୟ ଏକ ଦଶନ୍ଧି ପରେ ଭାରତ ଏଭଳି ଚିନି ଆମଦାନୀ ପଦକ୍ଷେପ ନେଇଛି । ପାର୍ବଣ ସମୟରେ ଚାହିଦା ବଢ଼ିବା ପୂର୍ବରୁ ଘରୋଇ ବଜାରରେ ଯଥେଷ୍ଟ ଚିନି ଉପଲବ୍ଧ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସରକାରୀ Price Monitoring System ଅନୁସାରେ ଅଗଷ୍ଟ ୨୧ରେ ଚିନିର ସର୍ବଭାରତୀୟ ହାରାହାରି ପାଇକାରୀ ଦର କ୍ୱିଣ୍ଟାଲ ପିଛା ୫,୩୮୧.୩୯ ଟଙ୍କା ରହିଛି। ପାର୍ବଣ ଋତୁରେ ମିଠା, ବେକେରୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ଚିନିର ଚାହିଦା ବଢ଼ିଥାଏ । ତେଣୁ ଆଗାମୀ ଦିନରେ ନୂଆ ଆମଦାନୀ ବଜାରକୁ ପହଞ୍ଚିବା ଏବଂ ଷ୍ଟକ୍ ନିୟନ୍ତ୍ରଣ ପଦକ୍ଷେପ ପରେ ଦର କେତେ ହ୍ରାସ ପାଉଛି, ତାହା ଉପରେ ଏବେ ଖାଉଟିଙ୍କ ନଜର।  ଏପଟେ ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ସ୍ପଷ୍ଟୀକରଣରେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ଚିନି ମହଜୁଦ ରହିଛି । ଚିନି ଦରବୃଦ୍ଧିର କୌଣସି ମୌଳିକ କାରଣ ନାହିଁ । ମୁନାଫାଖୋରଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ପିଆଜ ପାଇଁ ପକେଟ୍‌କୁ ମହଙ୍ଗା ମାଡ଼, କେଜି ଛୁଇଁଲା ୫୦ ଟଙ୍କା
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ
  • ପାର୍ବଣ ପୂର୍ବରୁ ମହଙ୍ଗା ହେଲା ଚିନି, ଖାଉଟିଙ୍କ ଚିନ୍ତା ବଢ଼ାଇଲା ଦରବୃଦ୍ଧି
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
  • ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ବାହାର କରିଦେଲେ ଗ୍ରାମବାସୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In