• About Us
  • Contact Us
Saturday, August 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି

by Voice of Victims
August 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି

କଟକ : ଏଥର ବାଲିଯାତ୍ରାରେ ମିଳିବନି ଦୋଳିର ମଜା । ଲାଗିବନି ବିପଦଜ୍ଜନକ ଦୋଳି । “ହାମର’ ଦୋଳି ଓ “ସିଙ୍ଗଲ ଟାୱାର” ଦୋଳି ଉପରେ ବ୍ୟାନ୍ ପାଇଁ ମୀନାବଜାର ମହାସଂଘ ନିଷ୍ପତ୍ତି ନେଇଛି । ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି ନେଇଛି । ଅନ୍ୟ ଦୋଳିର ମାନ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ଗଠନ କରିବ ମହାସଂଘ । ଏନେଇ ସୂଚନା ଦେଲେ ମହାସଂଘ ସମ୍ପାଦକ ଅଭିଷେକ ଜେନା। ଗତବର୍ଷ ବାଲିଯାତ୍ରାରେ ୭୦ ଫୁଟ ଉଚ୍ଚ ସିଙ୍ଗଲ ଟାୱାର ଦୋଳି ଅଟକି ଯିବାରୁ ଘଣ୍ଟା ଘଣ୍ଟା ଧରି ୧୬ ଜଣ ବ୍ୟକ୍ତି ଫସି ରହିଥିଲେ।

ସେପଟେ ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।

ବାଲିଯାତ୍ରା ଟେଣ୍ଡର ରୂପରେଖ ଚୂଡ଼ାନ୍ତ ହୋଇ ସାରିଛି । ଗତ ବର୍ଷ ଦୋଳି ଅଘଟଣକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନିଆଯାଉଛି । ଦୋଳି ଗୁଡ଼ିକ ଭିତରେ ସୁରକ୍ଷିତ ଦୂରତା ରଖାଯିବ । ଏ ନେଇ ଦୋଳି ମାଲିକ ସଂଘ ସହିତ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରାଫିକ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଉପର ପଡ଼ିଆ ସହିତ ବାଲିଯାତ୍ରାର ଇତିହାସ ଯୋଡ଼ି ହୋଇ ରହିଛି । ତେଣୁ ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ ହେବା ଉଚିତ୍ ବୋଲି ବାରବାଟୀ- କଟକ ବିଧାୟିକା କହିଛନ୍ତି ।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ
  • ଆଜି ଲଘୁଚାପ, ୬ ଦିନ ପ୍ରବଳ ବର୍ଷିବ
  • ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା
  • ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି
  • ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In