• About Us
  • Contact Us
Saturday, August 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ

by Voice of Victims
August 29, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ

ନେପାଳ : ପ୍ରକୃତିର ତାଣ୍ଡବରେ ଘାଣ୍ଟି ହେଉଥିବା ପଡ଼ୋଶୀ ଦେଶ ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବିହାର ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଣ୍ଡକ ଏବଂ କୋସୀ ବ୍ୟାରେଜ ସମେତ ଉତ୍ତର ବିହାରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୨୪ ଘଣ୍ଟା ତଦାରଖ କରାଯାଉଛି ।

ନେପାଳରୁ ଆସୁଥିବା ପାଣି ଓ ମାଟିବାଲିକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟାଳୟ ଅଧିକାରୀ ଓ ଇଞ୍ଜିନିୟରଙ୍କ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ନେପାଳରୁ ଆସୁଥିବା ବନ୍ୟାଜଳ ଯେପରି ବିନା ଦ୍ବିଧାରେ ବାହାରିପାରିବ, ସେଥିପାଇଁ ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି । ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟେକ୍ନିକାଲ ଟିମ୍ ବ୍ୟାରେଜ ଉପରେ ନିରନ୍ତର ନଜର ରଖିଛି । ସାରଣ ତଟବନ୍ଧ ସମେତ ଅନ୍ୟ ସମ୍ବେଦନଶୀଳ ତଟବନ୍ଧଗୁଡ଼ିକରେ ମଧ୍ୟ ପାଟ୍ରୋଲିଂ ବଢ଼ାଯାଇଛି ।

ସେହିପରି ବୀରପୁରର କୋସୀ ବ୍ୟାରେଜର ୫୬ଟି ଗେଟ୍ ମଧ୍ୟରୁ ୧୭ଟି ଗେଟ୍ ଖୋଲାଯାଇଛି । କୋସୀ ବ୍ୟାରେଜରୁ ପ୍ରାୟ ୧,୪୪,୭୭୫ କ୍ୟୁସେକ୍ ପାଣି ଡିସଚାର୍ଜ ହୋଇଥିବା ରେକର୍ଡ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିଜ ଅଞ୍ଚଳର ତଟବନ୍ଧଗୁଡ଼ିକର ସ୍ଥିତି ନିଜେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀଙ୍କ ଅନୁସାରେ, ନେପାଳର ଭୋଟେକୋଶୀ ନଦୀରୁ ପ୍ରାୟ ୧୦ ହଜାର କ୍ୟୁସେକ୍ ଅତିରିକ୍ତ ପାଣି ଆସିବାର ସମ୍ଭାବନା ରହିଛି ।

ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି ଯେ, ନେପାଳରେ ଗ୍ଲେସିୟର ଝିଲ୍ଲୀ ଫାଟିବା ଯୋଗୁଁ ବଡ଼ ବିପର୍ଯ୍ୟୟ ଘଟିଛି ।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ମଧ୍ୟ ସିକରହନା ଓ ଏହାର ପାହାଡ଼ିଆ ଉପନଦୀଗୁଡ଼ିକରେ ଆସିଥିବା ବନ୍ୟା ଯୋଗୁଁ ଉତ୍ତର ବିହାରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ବର୍ତ୍ତମାନ ନେପାଳରେ ଗ୍ଲେସିୟର ହ୍ରଦ ଫାଟିବା ଘଟଣା ପରେ ବିହାର ପ୍ରଶାସନ କୌଣସି ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Post Views: 11
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ
  • ଆଜି ଲଘୁଚାପ, ୬ ଦିନ ପ୍ରବଳ ବର୍ଷିବ
  • ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା
  • ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି
  • ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In