• About Us
  • Contact Us
Saturday, August 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା

by Voice of Victims
August 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା

ଭୁବନେଶ୍ୱର : ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା । ଓଡ଼ିଶାର ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର । ରାଜ୍ୟର ୨୦ ଲକ୍ଷ ଗାଡ଼ିକୁ ‘ପରମାନେଣ୍ଟ ଆର୍କାଇଭ୍ ’କୁ ପଠାଯାଇଥିବା ବେଳେ ସେଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବା RC ବାତିଲ୍ ହୋଇଥିବା ରିପୋର୍ଟ ଆସିଛି । ଏହା ସହ ଆଉ ପ୍ରାୟ ୩୦ ଲକ୍ଷ ଗାଡ଼ିକୁ ‘ଟେମ୍ପୋରାରୀ ଆର୍କାଇଭ୍ ’ରେ ରଖାଯାଇଛି । ଆବଶ୍ୟକ କାଗଜପତ୍ର ନବୀକରଣ ନହେଲେ ଆଗକୁ ଏହି ଗାଡ଼ିଗୁଡ଼ିକ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନୂଆ ଭେଇକିଲ୍ କ୍ଲାସିଫିକେସନ୍ ବ୍ୟବସ୍ଥା ଅନୁସାରେ VAHAN ଡାଟାବେସ୍ ରେ ଥିବା ତଥ୍ୟ ଆଧାରରେ ଗାଡ଼ିଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଉଛି । RC ସମେତ ଆବଶ୍ୟକ କାଗଜପତ୍ରର ମିଆଦ ଓ ନବୀକରଣ ସ୍ଥିତିକୁ ଦେଖି ଗାଡ଼ିଗୁଡ଼ିକୁ ବିଭିନ୍ନ ବର୍ଗରେ ରଖାଯାଉଛି । ଦୀର୍ଘ ସମୟ ଧରି ଆବଶ୍ୟକ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକ ଏହି ପ୍ରକ୍ରିୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରାୟ ୧ କୋଟି ୧୦ ଲକ୍ଷ ଘରୋଇ ଓ ବ୍ୟବସାୟିକ ଗାଡ଼ି ପଞ୍ଜୀକୃତ ଅଛି । କିନ୍ତୁ ସେଥିମଧ୍ୟରୁ ପ୍ରାୟ ୪୦ ଲକ୍ଷ ଗାଡ଼ିର ସମସ୍ତ ଆବଶ୍ୟକ କାଗଜପତ୍ର ଠିକ୍ ଥିବା କୁହାଯାଉଛି । ପ୍ରାୟ ୬୫ ଲକ୍ଷ ଗାଡ଼ିର ବୈଧ ବୀମା ନଥିବା ମଧ୍ୟ ରିପୋର୍ଟ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, RC ବାତିଲ୍ ହୋଇଥିବା ଗାଡ଼ିକୁ ସାଧାରଣ ରାସ୍ତାରେ ଚଳାଇବା ଆଇନସମ୍ମତ ନୁହେଁ । ତେଣୁ ଗାଡ଼ି ମାଲିକମାନେ ନିଜ ଗାଡ଼ିର RC ସ୍ଥିତି ସହ ବୀମା, PUC ଏବଂ ଅନ୍ୟ ଆବଶ୍ୟକ କାଗଜପତ୍ର ବୈଧ ଅଛି କି ନାହିଁ ତୁରନ୍ତ ଯାଞ୍ଚ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ‘ଟେମ୍ପୋରାରୀ ଆର୍କାଇଭ୍ ’ରେ ଥିବା ପ୍ରାୟ ୩୦ ଲକ୍ଷ ଗାଡ଼ି ମାଲିକଙ୍କ ପାଇଁ ଏବେ ସତର୍କ ହେବାର ସମୟ । ଆବଶ୍ୟକ କାଗଜପତ୍ର ନବୀକରଣ କରି ନିଜ ଗାଡ଼ିର ରେକର୍ଡ ଅପଡେଟ୍ ରଖିବାକୁ କୁହାଯାଇଛି ।

Post Views: 12
Share198Tweet124Send
Voice of Victims

Voice of Victims

Recent Posts

  • ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ
  • ଆଜି ଲଘୁଚାପ, ୬ ଦିନ ପ୍ରବଳ ବର୍ଷିବ
  • ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା
  • ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି, ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି
  • ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In