• About Us
  • Contact Us
Friday, August 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା

by Voice of Victims
August 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା

ନେପାଳ: ନେପାଳରେ ଧ୍ବଂସାତ୍ମକ ଚିତ୍ର ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି  ନେପାଳ ପୋଲିସ ଶୁକ୍ରବାର ଏକ ଆଲର୍ଟ ଜାରି କରିଛି । ପୋଲିସ କହିଛି ଯେ, ତିବ୍ବତ ପଟେ ପୁଣିଥରେ ଜଳବନ୍ଧ ଭାଙ୍ଗିଥିବାର ସୂଚନା ମିଳିଛି । ଏନେଇ ପୋଲିସ ସୁରକ୍ଷାକର୍ମୀ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ କର୍ମୀ ଏବଂ ସାଧାରଣ ଲୋକଙ୍କୁ ତୁରନ୍ତ ସତର୍କ ରହିବାକୁ ଅନୁରୋଧ କରିଛି ।

ନେପାଳ ପୋଲିସ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, ତିବ୍ବତୀୟ ଅଞ୍ଚଳରେ ଜଳବନ୍ଧ ଭାଙ୍ଗିବାର ସୂଚନା ପାଇଛି । ଏହାକୁ ଦୃଷ୍ଟିରେ ରଖି, ସମସ୍ତ ସୁରକ୍ଷା କର୍ମୀ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସାମିଲ ଥିବା ବ୍ୟକ୍ତି ଏବଂ ସାଧାରଣ ନାଗରିକଙ୍କୁ ତୁରନ୍ତ ସତର୍କ ରହିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏଥିସହିତ ପୋଲିସ ଏହି ବିପଦ ବିଷୟରେ ନିକଟବର୍ତ୍ତୀ ଲୋକମାନଙ୍କୁ ସୂଚନା ଦେବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛି ।

ଏଥିସହ ନେପାଳ ପୋଲିସ କହିଛି ଯେ, ରସୁୱା ଜିଲ୍ଲାରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ୪୬୯ ରେ ପହଞ୍ଚିଛି । ୧୪୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପ୍ରଭାବିତଙ୍କ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ନାଗରିକ ଅଛନ୍ତି ଯେଉଁମାନେ ଟ୍ରେକିଂ, ଗାଇଡେଡ୍ ଟୁର୍ କିମ୍ବା ପବିତ୍ର ହିନ୍ଦୁ ମନ୍ଦିର ଦର୍ଶନ ପାଇଁ ଏହି ଅଞ୍ଚଳକୁ ଆସିଥିବା ଶ୍ରଦ୍ଧାଳୁ ଥିଲେ ।

ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ଅନୁଯାୟୀ, ୫୧୭ ଜଣ ବିଦେଶୀ ନାଗରିକଙ୍କ ସମେତ ୯୧୦ଜଣରୁ ଅଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ ଜଣ ବିଦେଶୀ ନାଗରିମାନଙ୍କୁ ବିମାନରେ ସ୍ଥାନାନ୍ତର କରାଯାଇଛି । ନିଖୋଜଙ୍କ ମଧ୍ୟରେ ୧୧୩ ଜଣ ନେପାଳୀ ପର୍ଯ୍ୟଟକ, ୮୫ ଜଣ ସେନା ଏବଂ ପୋଲିସ କର୍ମଚାରୀ ଓ ରସୱା ଜିଲ୍ଲାର ୧୬୧ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ବିଭିନ୍ନ ଏଜେନ୍ସିରୁ ମିଳିଥିବା ସୂଚନାରେ ଏହି ବିଭେଦ ରିପୋର୍ଟିଂ  ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟରେ ସମନ୍ବୟ କାରଣରୁ ହୋଇପାରେ ବୋଲି ଅଧିକାରୀମାନେ କହିଛନ୍ତି ।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ନେପାଳରେ ପୁଣି ହାଇ ଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ମିଳିଛି ସୂଚନା
  • ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ, ୨୯ରୁ ବଢ଼ିବ ବର୍ଷା
  • ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି, କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ପଠାଗଲା ୫ ହଜାର ଟଙ୍କା
  • ଆଧାର ଲିଙ୍କ୍ ନହେଲେ ମିଳିବନି ଟଙ୍କା, ରାଜ୍ୟରେ DBT ପେମେଣ୍ଟରେ ବଡ଼ ପରିବର୍ତ୍ତନ
  • ନେପାଳ ସହାୟତା ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ୩ ଲଢୁଆ ବିମାନ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In