• About Us
  • Contact Us
Thursday, October 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଭାରତୀୟ ଖେଳାଳି, ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ

by Voice of Victims
October 22, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଭାରତୀୟ ଖେଳାଳି, ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ

ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଜାପାନ ପୋଲିସ ଶେଖଙ୍କୁ ଅଟକ ରଖି ତାଙ୍କୁ ଭାରତକୁ ପଠାଇ ଦିଆଯାଇଛି ।

ଖବର ମୁତାବକ, ଗତ ସୋମବାର ଦିନ ଭାରତୀୟ ଦଳ ଏକ ହୋଟେଲରେ ରହିଥିଲେ । ଏଠାରେ ପାରା ସୁଇମିଂ ଟିମ୍ ରହିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଜଣେ ମହିଳା ହାଉସକିପିଂ କର୍ମଚାରୀ ଶେଖଙ୍କ ରୁମରେ କିଛି କାମ କରୁଥିଲେ । ଏତିକି ବେଳେ ଶେଖ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ମହିଳା ସ୍ଥାନୀୟ ଆୟୋଜନ ସମିତି ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଭାରତୀୟ ଅଧିକାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା । ସୋମବାର ଜାପାନ ପୋଲିସ ଶେଖଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଭାରତ ପଠାଇ ଦେଇଛି । କୌଣସି ଇଭେଣ୍ଟରେ ଭାଗ ନନେଇ ସେ ଭାରତ ଫେରି ଆସିଛନ୍ତି ।

ମାମଲାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ବା ପିସିଆଇ ତଦନ୍ତ ଆରମ୍ଭ କରିଛି । ଶେଖଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଚାରବିମର୍ଶ ଚାଲିଛି । ଘଟଣାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତାଙ୍କ ବିରୋଧରେ ଆଜୀବନ ବ୍ୟାନ୍ ଲଗାଇବାକୁ ବିଚାର କରୁଛି ।

ସୂଚନାଯୋଗ୍ୟ, ବିହାରର ଶେଖ ମହମ୍ମଦ ଅସଲାମ୍ ଭାରତୀୟ ପାରା ସ୍ୱିମିଂର ସିନିଅର୍ ଖେଳାଳି । ସେ ବିଭିନ୍ନ ବର୍ଗରେ ନମ୍ବର ଓ୍ୱାନ୍ ରାଙ୍କ୍ ହାସଲ କରିସାରିଛନ୍ତି । ୨୦୧୮ରେ ଜାକର୍ତ୍ତାରେ ସେ ଏସିଆନ୍ ଗେମ୍ସରେ ଭାଗନେଇ ସ୍ବର୍ଣ୍ଣ ଜିତିଥିଲେ ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା ! ୧୦ରେ ପହଞ୍ଚିଛି ମୋଟ ଗିରଫ ସଂଖ୍ୟା
  • ଘରୋଇ ଟିଭି ଚ୍ୟାନେଲ୍ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଚେତାବନୀ, ପ୍ରୋଗ୍ରାମ୍ କୋଡ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ
  • ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଭାରତୀୟ ଖେଳାଳି, ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ
  • ମୁମ୍ବାଇରୁ ଆସିବ ନିବେଶ, ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In