• About Us
  • Contact Us
Thursday, October 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା ! ୧୦ରେ ପହଞ୍ଚିଛି ମୋଟ ଗିରଫ ସଂଖ୍ୟା

by Voice of Victims
October 22, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା ! ୧୦ରେ ପହଞ୍ଚିଛି ମୋଟ ଗିରଫ ସଂଖ୍ୟା

ମୁମ୍ବାଇ: ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା । ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଥିଲେ ସଲମାନ, ଆମୀର ଓ ରଣବୀର । ଏହି ମାମଲାରେ ମୁମ୍ବାଇ ପୋଲିସ ହରିୟାଣାର ସୋନିପତ ଜିଲ୍ଲାରୁ ଆଉ ୩ ଜଣଙ୍କୁ ଗିରଫ କରିଛି । ମୋଟ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି । ତେବେ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତମାନଙ୍କ ପ୍ରଥମ ଟାର୍ଗେଟ ନଥିଲେ ଟାଇଗର ଶ୍ରଫ। ତାଙ୍କ ପୂର୍ବରୁ ସଲମାନ ଖାନ, ଆମିର ଖାନ ଓ ରଣବୀର କପୁରଙ୍କ ଘର ଉପରେ ନଜର ରଖାଯାଇଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ନୂଆ ଗିରଫ ହୋଇଥିବା ସମୀର, ଜତିନ ଓ ଅଙ୍କିତ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ କରିବା ସହ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଯୋଗାଇଥିବା ଅଭିଯୋଗ ରହିଛି ।

ଅନ୍ୟପଟେ ରାଜସ୍ଥାନର କୋଟାରୁ ମୁମ୍ବାଇ ଅଣାଯାଇଥିବା ଫୁଲ ସିଂହ, ରେହାନ ଅନସାରୀ ଓ ହ୍ରିତିକ କୁମାର ଓରଫ ରୋଶନ ରାମୁ ମହତୋଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଅନିଲ ପଣ୍ଡିତଙ୍କ ଭୂମିକା ରହିଛି । ଆମେରିକାରେ ରହୁଥିବା ଅନିଲଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ କରାଯାଇଥିବା ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଅସ୍ତ୍ର ଜବତ, ଆକ୍ରମଣର ଉଦ୍ଦେଶ୍ୟ ଜାଣିବା ଏବଂ କଲ୍ ରେକର୍ଡ ସମେତ ଡିଜିଟାଲ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି । ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ, ଆମିର ଖାନଙ୍କ ଖାର୍ ସ୍ଥିତ ଘର ଓ ରଣବୀର କପୁରଙ୍କ ବାସଭବନ ନିକଟରେ ରେକି କରିଥିଲେ । କିନ୍ତୁ ଏହି ଅଭିନେତାମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ା ଥିବାରୁ ସେମାନଙ୍କୁ ଟାର୍ଗେଟ କରିବା କଷ୍ଟକର ହୋଇଥିଲା । ତୁଳନାତ୍ମକ ଭାବେ ଟାଇଗର ଶ୍ରଫଙ୍କ ସୁରକ୍ଷା କମ୍ ଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ପୋଲିସ ସନ୍ଦେହ କରୁଛି । ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଗୁଳିମାଡ଼ରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ୧୮ ବର୍ଷୀୟ ଫୁଲ ସିଂହ ଓ ରେହାନ ଅନସାରୀ ଘଟଣା ପୂର୍ବରୁ ପ୍ରାୟ ମାସେ ଧରି ମୁମ୍ବାଇରେ ରହିଥିଲେ। ସେମାନେ ଦାଦର ଅଞ୍ଚଳର ବିଭିନ୍ନ ଲଜ୍ ରେ ରହିବା ସହ ଆକ୍ରମଣ ପାଇଁ ବ୍ୟବହୃତ ହୋଇଥିବା ସନ୍ଦିଗ୍ଧ ବଜାଜ ପଲ୍ସର ବାଇକ୍ ସମେତ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟପଟେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଧ୍ୟ ଅସ୍ତ୍ର ଯୋଗାଣ ଅଭିଯୋଗରେ କୁନାଲ ସଞ୍ଜୟ, ସୁମିତ ସୋରାଲିଆ, ରାଧା ବର୍ମା ଓ ବବିତା ରାଓଙ୍କୁ ଗିରଫ କରିଛି ।

ପୋଲିସ ଅନୁଯାୟୀ, ଅମୃତସରରୁ ପିସ୍ତଲ ଓ ୨୦ ରାଉଣ୍ଡ ଗୁଳି ସଂଗ୍ରହ କରାଯାଇଥିଲା। ପରେ ଦୁଇ ମହିଳାଙ୍କ ମାଧ୍ୟମରେ ଅସ୍ତ୍ର ମୁମ୍ବାଇ ପଠାଯାଇଥିଲା । ୧୭ ତାରିଖରେ ଦାଦର ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଣେ ନାବାଳକ ଅସ୍ତ୍ର ଥିବା ବ୍ୟାଗ୍ ସଂଗ୍ରହ କରିଥିବା ଅଭିଯୋଗ ରହିଛି । ସେହିପରି ଜତିନ ଅସ୍ତ୍ର ସଂଗ୍ରହ, ଅଭିଯୁକ୍ତଙ୍କ ରହିବା ବ୍ୟବସ୍ଥା ଓ ଟଙ୍କା ପ୍ରଦାନରେ ସହଯୋଗ କରିଥିବା ବେଳେ ଅଙ୍କିତ ସ୍ଥାନୀୟ ବ୍ୟବସ୍ଥା ଏବଂ ସମୀର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଅସ୍ତ୍ର ଯୋଗାଣ ପାଇଁ କୁନାଲଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ମିଳିଥିବା ମଧ୍ୟ ଅଭିଯୋଗ ହୋଇଛି । ଏବେ ଅଭିଯୁକ୍ତମାନଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାର, ଫୋନ୍ କଲ୍ ଓ ଗ୍ୟାଙ୍ଗ ସହ ସମ୍ଭାବ୍ୟ ସମ୍ପର୍କର ତଦନ୍ତ ଚାଲିଛି । ସିସିଟିଭି ଫୁଟେଜ୍ ଓ ସନ୍ଦିଗ୍ଧ ବାଇକ୍ ର ଗତିବିଧି ଆଧାରରେ ତଦନ୍ତକୁ ଆଗକୁ ବଢ଼ାଯାଉଛି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା ! ୧୦ରେ ପହଞ୍ଚିଛି ମୋଟ ଗିରଫ ସଂଖ୍ୟା
  • ଘରୋଇ ଟିଭି ଚ୍ୟାନେଲ୍ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଚେତାବନୀ, ପ୍ରୋଗ୍ରାମ୍ କୋଡ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ
  • ଏସିଆନ୍ ପାରା ଗେମ୍ସରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଭାରତୀୟ ଖେଳାଳି, ଗିରଫ କରି ଭାରତ ପଠାଇଲା ଜାପାନ ପୋଲିସ
  • ମୁମ୍ବାଇରୁ ଆସିବ ନିବେଶ, ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In