କଟକ, ପତଞ୍ଜଳି ଯୋଗପୀଠ ଆନୁକୁଲ୍ୟରେ ତୁଳସୀପୁର ସ୍ଥିତ ଜେବିଏସ୍ ଗାର୍ଡେନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ମାନ୍ୟବର ଦିଲିପ ରାୟ ଉଦଘାଟନ କରି ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ନିମାଇଁ ଜେନା, କିଶୋର ସାଗର, ବିଚିତ୍ର ସାହୁ, ସ୍ବରୂପ ସାହୁ, ଶିବାଜୀ ସତ୍ୟ ଷଡ଼ଙ୍ଗୀ, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, କୁରେଶ ପାତ୍ର, ସାଧୁଚରଣ ସ୍ବାଇଁ, ରମେଶ ମଲ୍ଲିକ, ଶରତ ପଣ୍ଡା, ଚଣ୍ଡେଶ୍ଵର ବେହେରା, ନିତାଇ ବଳ, ଲକ୍ଷ୍ମଣ କରଣ, ଗୋଲେଖ ପ୍ରଧାନ, ସୁଦାମ ମହାକୁଡ଼, ପୂର୍ଣ୍ଣଚନ୍ଦ୍ର ବେହେରା, ପତିତପାବନ ରାମ, ରବିନ୍ଦ୍ର ମହାରଣା, ଖଗେଶ୍ବର ସାହୁ, ରାମଚନ୍ଦ୍ର ସାହୁ, ଦେବାଶିଷ ପ୍ରଧାନ, ଆଶିଷ ସେନାପତି, ହେମନ୍ତ ପଟ୍ଟନାୟକ, ତ୍ରିନାଥ ଦାସ, ସବିତା ପରିଡ଼ା, ସି ଏଚ୍ ବସନ୍ତା, ଦେବଲକ୍ଷ୍ମୀ ପଟ୍ଟନାୟକ, କୁମୁଦିନୀ ଦ୍ଵିବେଦୀ, ଇତିଶ୍ରୀ ପାଣିଗ୍ରାହୀ, ମମତା ଚୌଧୁରୀ, ବଲ୍ଲରୀ ଷଡ଼ଙ୍ଗୀ, ରଶ୍ମିତା ଦଳାଇ, ରଶ୍ମିତା ବସ୍ତିଆ, ଆରତୀ ଜେନା, ଜୟଲକ୍ଷ୍ମୀ ରାଉତରାୟ, ଚୈତନ୍ୟ ପଢିହାରି ଓ ରବିନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ମୋଟ ୧୦୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାନ ଶିବିରର ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
