• About Us
  • Contact Us
Tuesday, September 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

by Voice of Victims
September 8, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

ପୁରୀ : ପୁରୀ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ବହୁ ବର୍ଷ ଧରି ବସବାସ କରୁଥିବା ଲୋକଙ୍କୁ ସରକାର ରିହାତି ବା ସୁଲଭ ଦରରେ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଉଛନ୍ତି । ୨ ବର୍ଷ ଭିତରେ ସବୁ ଜମିର ସେଟେଲମେଣ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ନୂତନ ‘ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ, ୨୦୨୬’ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତର ଯୋଗ୍ୟତା ଏବଂ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ​ନୂତନ ନିୟମ ଅନୁସାରେ ୩ଟି ପ୍ରମୁଖ ବର୍ଗର ହିତାଧିକାରୀଙ୍କୁ ବନ୍ଦୋବସ୍ତ ପାଇଁ ବିଚାରକୁ ନିଆଯିବ । ଅଣ ସେବାୟତ ତଥା ସାଧାରଣ ପରିବାର ଯଦି ଜଗନ୍ନାଥଙ୍କ ଜମିରେ ୩୦ ବର୍ଷରୁ ଅଧିକ ସମୟ ଧରି ରହୁଥିବେ ତେବେ ବେଞ୍ଚ ମାର୍କ ଭେଲ୍ୟୁର ୧୦ ପ୍ରତିଶତ ହିସାବରେ ଜମି ଦିଆଯିବ । ୨୦ରୁ ୩୦ ବର୍ଷ ମଧ୍ୟରେ ରହୁଥିଲେ ୧୫ ପ୍ରତିଶତ ଓ ୧୨ରୁ ୨୦ ବର୍ଷ ଧରି ରହିଥିଲେ ବେଞ୍ଚ ମାର୍କ ଭେଲ୍ୟୁର ୨୫ ପ୍ରତିଶତ ମୂଲ୍ୟରେ ଜମି ପ୍ରଦାନ କରାଯିବ ।

ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିବା ସେବାୟତ ପରିବାର ଯଦି ଶ୍ରୀଜଗନ୍ନାଥଙ୍କ ଜମିରେ ଘର କରି ରହୁଥିବେ ତେବେ ସେମାନଙ୍କ ପାଇଁ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ୩୦ ବର୍ଷରୁ ଅଧିକ ସମୟ ପାଇଁ ୫ ପ୍ରତିଶତ, ୨୦ରୁ ୩୦ ବର୍ଷ ଧରି ରହୁଥିଲେ ବେଞ୍ଚମାର୍କ ଭେଲ୍ୟୁର ୭.୫ ପ୍ରତିଶତ ଓ ୧୨ରୁ ୨୦ ବର୍ଷ ଧରି ରହୁଥିଲେ ୧୨.୫ ପ୍ରତିଶତ ଦେବାକୁ ପଡିବ। ସେହିପରି ସେବାୟତ ନିଯୋଗ ପାଇଁ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ​ସରକାର ଏକ ସ୍ୱଚ୍ଛ ମୂଲ୍ୟାଙ୍କନ ବ୍ୟବସ୍ଥା ଲାଗୁ କରିଛନ୍ତି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ଗଣେଶ ପୂଜା ପାଇଁ ଉତ୍ସବମୁଖର ବାଲିପାଟଣା, ମୂର୍ତ୍ତିରେ ଶେଷ ସ୍ପର୍ଶ, ମଣ୍ଡପ ସଜାଣି ଜୋରଦାର
  • ଅଧା ହୋଇଯିବ ପେଟ୍ରୋଲ ଓ ଡିଜେଲ ଦାମ୍, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଟ୍ରମ୍ପ
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା
  • OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In