• About Us
  • Contact Us
Monday, September 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

by Voice of Victims
September 14, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

ରଣପୁର, ୧୪/୦୯ : ଭକ୍ତି, ଉତ୍ସାହ ଓ ସାଂସ୍କୃତିକ ମହକରେ ମୁଖରିତ ହୋଇଛି ରଣପୁର ସହର। ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ପ୍ରଗତି ଯୁବକ ସଂଘ, ରଣପୁର ପକ୍ଷରୁ ଆୟୋଜିତ ହେଉଛି ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ। ଦୀର୍ଘ ବର୍ଷର ଏହି ପରମ୍ପରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି।

ମହୋତ୍ସବରେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବାଦିପାଲା ଆୟୋଜିତ ହେଉଛି। ଏଥିରେ ଖୋର୍ଦ୍ଧା ବଂକୋଇର ପ୍ରଫୁଲ୍ଲ ଚନ୍ଦ୍ର ସାନନ୍ତରାୟ ଏବଂ କଟକ ନରସିଂହପୁରର ଶରତ କୁମାର ଦଳେଇଙ୍କ ଦ୍ୱାରା ବାଦିପାଲା ପରିବେଷଣ କରାଯାଉଛି। ଏହାସହ ୧୮ ତାରିଖରେ ନୃତ୍ୟ ପ୍ରତିଯୋଗିତା, ୧୯ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୦ ତାରିଖରେ ‘ସେହି ଗୋଟିଏ ଭୁଲ ପାଇଁ’ ଶୀର୍ଷକ ସାମାଜିକ ନାଟକ ପରିବେଷଣ ହେବ। ଶେଷରେ ୨୧ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।

ମହୋତ୍ସବର ପ୍ରଥମ ଦିବସରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂଜା କମିଟିର ସଭାପତି ଲିଙ୍ଗରାଜ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ଦାଶ, କମିଟି ପରିଚାଳକ ରମେଶ ଚନ୍ଦ୍ର ମହାପାତ୍ର ଓ ଉପଦେଷ୍ଟା ସୁରେଶ ଚନ୍ଦ୍ର ଶର୍ମା ପ୍ରମୁଖ ଯୋଗଦେଇଥିଲେ | କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାର ଦାୟିତ୍ୱ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ତୁଲାଇଥିଲେ।

ପରମ୍ପରା ଓ ଆଧୁନିକତାର ସୁନ୍ଦର ସମନ୍ୱୟରେ ଆୟୋଜିତ ଏହି ମହୋତ୍ସବ ରଣପୁରର ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ଆହୁରି ଜୀବନ୍ତ କରିଛି। ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ଉପଭୋଗ କରିବା ପାଇଁ ରଣପୁରବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଭକ୍ତ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ
  • ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ୍, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ
  • ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଟିମର ନଜର
  • ଓମଫେଡର ବଡ଼ ଧମାକା, ଖୁବଶୀଘ୍ର ବଜାରକୁ ଆସିବ ନିଜସ୍ୱ ଆଇସକ୍ରିମ୍‌
  • ଓଡ଼ିଶା ଗୀତା ପରିବାର ଆନୁକୂଲ୍ୟରେ ଗୀତା ପାରାୟଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In