• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍‌ ଏମ୍‌ଡିଏସ୍‌ ଥେସିସ୍‌ ଗ୍ରାଂଟ

by Voice of Victims
September 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍‌ ଏମ୍‌ଡିଏସ୍‌ ଥେସିସ୍‌ ଗ୍ରାଂଟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଂଟାଲ ସାଇନ୍‌ସେସ୍‌ (ଆଇଡିଏସ୍‌)ର ଦୁଇଜଣ ସ୍ନାତକୋତର ଛାତ୍ରୀ ୨୦୨୬ ପାଇଁ ଆଇସିଏମ୍‌ଆର୍‌ ଏମ୍‌ଡିଏସ୍‌ ଥେସିସ୍‌ ଗ୍ରାଂଟ ନିମନ୍ତେ ମନୋନୀତ ହୋଇଛନ୍ତି । ଏକାଡେମିକ୍‌ ଉକ୍ରର୍ଷତା ଓ ଗବେଷଣା ପ୍ରତି ସେମାନଙ୍କ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନଜନକ ଗ୍ରାଂଟ ପ୍ରଦାନ କରାଯାଇଛି । ଡାକ୍ତର ସିଦ୍ଧି ପଟ୍ଟନାୟକ ଓ ଡାକ୍ତର ସୋହିନୀ ନିୟୋଗୀ ସେମାନଙ୍କ ସ୍ନାତକୋତର ଗବେଷଣା କାର୍ଯ୍ୟ ପାଇଁ ଏହି ଗ୍ରାଂଟ ପାଇଛନ୍ତି । ଏହା ଉଭୟ ଛାତ୍ରୀଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ମଧ୍ୟ ଏକ ଉଲ୍ଲେଖନୀୟ ସଫଳତା । ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ଆଇଡିଏସର ଡିନ୍‌ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ଡାକ୍ତର ମନୀଷା ଦାସଙ୍କ ମାଗଦର୍ଶର୍ନରେ ଚାଲିଛି ।

ଶନିବାର ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳତାର ପ୍ରଶଂସା କରିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ସଫଳତା ଦନ୍ତ ଚିକିତ୍ସା ବିଜ୍ଞାନରେ ଗବେଷଣା, ବୈଜ୍ଞାନିକ ଅନୁସନ୍ଧାନ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଦିଗରେ ଆଇଡିଏସ୍‌ର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ୱୀକୃତି ଛାତ୍ରୀମାନଙ୍କୁ ଅଧିକ ପ୍ରଭାବଶାଳୀ ଗବେଷଣା କରିବା ସହ ମୁଖ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ପ୍ରେରଣା ଯୋଗାଇବ । ପ୍ରଫେସର (ଡକ୍ଟର) ନାୟକ ଓ କୁଳପତି ପ୍ରଫେସର ନନ୍ଦ ଛାତ୍ରୀମାନଙ୍କ ମାର୍ଗଦର୍ଶକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଏକାଡେମିକ୍‌ ଓ ଗବେଷଣା କ୍ଷେତ୍ରରେ ନିରନ୍ତର ସଫଳତା କାମନା କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଫେସର (ଡାକ୍ତର) ଭୂୟାଁ ଓ ଡାକ୍ତର ଦାସ ମଧ୍ୟ ଉପସ୍ଥିତ ଥିଲେ ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ
  • ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In