• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

by Voice of Victims
September 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି । ବିଷ୍ଣୁ ଦେଓ ସାଏଙ୍କ ଏହି ଗସ୍ତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଏବେ ଆଗକୁ ବଢ଼ୁଛି । ଦୁଇ ଦିନିଆ ଗସ୍ତରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିବି ।

ଗତ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ମୋହନ ଚରଣ ମାଝୀ ଓ ବିଷ୍ଣୁ ଦେଓ ସାଏଙ୍କ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ସେହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନାକୁ ସକାରାତ୍ମକ ବୋଲି କହିବା ସହ ଆଲୋଚନା ଓ ପାରସ୍ପରିକ ସହଯୋଗ ମାଧ୍ୟମରେ ସମାଧାନ ବାହାରିବା ନେଇ ଆଶା ପ୍ରକାଶ କରିଥିଲେ । ଉଭୟ ରାଜ୍ୟ ମଧ୍ୟ ବୈଷୟିକ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ।

ମହାନଦୀର ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଛତିଶଗଡ଼ ଉପରମୁଣ୍ଡରେ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶାର ଅଭିଯୋଗ । ବିଶେଷ କରି ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳ ଏବଂ ତଳମୁଣ୍ଡରେ ଜଳ ଉପଲବ୍ଧତା ଉପରେ ଏହାର ପ୍ରଭାବ ପଡ଼ୁଥିବା ଓଡ଼ିଶା କହିଆସୁଛି । ବିବାଦର ସମାଧାନ ପାଇଁ ଓଡ଼ିଶାର ଅନୁରୋଧ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ । ଆଇନଗତ ପ୍ରକ୍ରିୟା ସହ ଏବେ ଉଭୟ ରାଜ୍ୟ ଆଲୋଚନା ଓ ବୈଷୟିକ ସ୍ତରରେ ମଧ୍ୟ ସମାଧାନର ବାଟ ଖୋଜୁଛନ୍ତି ।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ
  • ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In