• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପୁରୀରେ ମୋଦିଙ୍କ ରୋଡ ଶୋ, ବଡଦାଣ୍ଡରେ ବିଶାଳ ଜନସମୁଦ୍ର

by Voice of Victims
May 20, 2024
in ଆଇନ କାନୁନ, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପୁରୀରେ ମୋଦିଙ୍କ ରୋଡ ଶୋ, ବଡଦାଣ୍ଡରେ ବିଶାଳ ଜନସମୁଦ୍ର

ପୁରୀ(ଭିଓଭି): ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ ବଡଦାଣ୍ଡରେ ମେଗା ରୋଡ ଶୋ କରି ବିଜେପି କର୍ମୀ, ନେତା, ସମର୍ଥକ ଓ ଭୋଟରଙ୍କ ମନରେ ଉତ୍ସାହ ଭରିଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବଡଦାଣ୍ଡରେ ସୃଷ୍ଟି ହୋଇଛି ରଥଯାତ୍ରାର ଭ୍ରମ ।


ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ସକାଳ ୭ଟାରେ ପୁରୀ ହେଲିପ୍ୟାଡ ରେ ପହଁଚିବା ପରେ ଶ୍ରୀମନ୍ଦିର ଯାଇ ସେଠାରେ ଶ୍ରୀଜିଉଙ୍କ ଦର୍ଶନ ସାରିବା ପରେ ଶ୍ରୀମନ୍ଦିର ନିକଟରୁ ପ୍ରଧାନମନ୍ତ୍ରୀଙ୍କ କାର କେଡ୍ ରୋଡ ଶୋ ରେ ବାହାରିଥିଲେ । ଏକ ଖୋଲା କାର ରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପୁରୀ ସଦର ବିଧାନସଭା ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ରୋଡ ଶୋ ରେ ଭାଗ ନେଇଥିଲେ । ସକାଳ ପ୍ରାୟ ୬ଟା୩୦ ବେଳକୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯାଏ ସଂପୂର୍ଣ୍ଣ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା । ସମୟ ବଢ଼ିବା ସହ ବଡଦାଣ୍ଡରେ ଜନ ଗହଳି ବଢ଼ିବାକୁ ଲାଗିଥିଲା । ସତେ ଯେମିତି ବଡ଼ଦାଣ୍ଡରେ ରଥ ଯାତ୍ରା ର ଭ୍ରମ ସୃଷ୍ଟି ହେଉଥିଲା । ପ୍ରଧାନ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଜନସାଧାରଣଙ୍କ ମନରେ ଅଦ୍ଭୁତପୂର୍ବ ଉନ୍ମାଦନା ଦେଖିବାକୁ ମିଳିଥିଲା । ଜନ ସମୁଦ୍ର ଉତ୍ସୁକତାର ସହ ଚାହିଁ ରହିଥିଲେ । ଚାରିଆଡେ ବିଜେପି ପତାକା ସହ ଭାରତ ମାତାକି ଜୟ, ଜୟ ଶ୍ରୀରାମ ଏବଂ ମୋଦି ମୋଦି ନାରାରେ ବଡଦାଣ୍ଡ ଉଛୁଳି ପଡୁଥିଲା । ଡାକ୍ତରଖାନା ଛକ ଠାରୁ ଶ୍ରୀମନ୍ଦିର ଯାଏ ବଡ଼ଦାଣ୍ଡ ମଝିରେ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା । ବ୍ୟାରିକେଡ୍ କଡେ କଡେ ରାସ୍ତାର ଉଭୟ ପାଶ୍ୱର୍ରେ ଜନ ସାଧାରଣ ଠିଆ ହୋଇ ମୋଦିଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଶ୍ରୀମନ୍ଦିର ନିକଟରୁ ରୋଡ ଶୋ ରେ ବାହାରିବା ବେଳେ ହଜାର ହଜାର କର୍ମୀ ଏବଂ ଜନସାଧାରଣ ରାସ୍ତାର ଉଭୟ ପାଶ୍ୱର୍ ଏବଂ ଉଭୟ ପାଶ୍ୱର୍ରେ ଥିବା କୋଠା ମାନଙ୍କରେ ଠିଆ ହୋଇ ହାତ ହଲାଇ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଉଥିଲେ । କିଛି କିଛି ବ୍ୟବଧାନରେ ମଣ୍ଡପ ମାନ ନିର୍ମାଣ କରାଯାଇ ଘୋଡା ନାଚ, ସଂକୀର୍ତନ ଏବଂ ପାରମ୍ପାରିକ ବାଦ୍ୟ ନୃତ୍ୟର ପରିବେଷଣ ଇତ୍ୟାଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରୋଡ ଶୋ କୁ ସ୍ୱାଗତ କରାଯାଉଥିଲା । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ କାର କେଡ ସକାଳ ପ୍ରାୟ ୯ଟା ବେଳକୁ ଡାକ୍ତରଖାନା ଛକରେ ପହଁଚିଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ ପାଇଁ ପୁରୀରେ ଅଦ୍ଭୁତ ପୂର୍ବ ଟ୍ରାଫିକ୍ କଟକଣା କରାଯାଇଥିଲା । ଶ୍ରୀମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ବଡଦାଣ୍ଡ ଏସ୍ ପି ଜି କମାଣ୍ଡୋ, ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ପୋଲିସ୍ ବାହିନୀଙ୍କ ସଂପୂର୍ଣ୍ଣ କବ୍‌ଜାରେ ରହିଥିଲା । ବ୍ୟାରିକେଡ ଭିତରକୁ କାହାରିକୁ ଛଡା ଯାଉ ନଥିଲା । ପ୍ରଧାନମନ୍ତ୍ରୀ ପୁରୀ ଆସିବାର ଏକ ଘଂଟା ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଥିଲା । ପ୍ରତ୍ୟେକ ସାହି ଗଳି କନ୍ଦିରୁ ବଡ଼ଦାଣ୍ଡକୁ ପ୍ରବେଶ ପଥ ଗୁଡ଼ିକ ସିଲ୍ କରି ଦିଆ ଯାଇଥିଲା । କେବଳ ପାଦଚଲା ଲୋକଙ୍କ ବ୍ୟତୀତ କୌଣସି ଯାନ ବାହାନକୁ ବଡ଼ଦାଣ୍ଡରେ ପ୍ରବେଶ ପାଇଁ ଅନୁମତି ନଥିଲା । ଭୁବନେଶ୍ୱର ପଟୁ ଆସୁଥିବା ମୋଟର ସାଇକେଲ ସମେତ ଚାରିଚକିଆ ଯାନ ଗୁଡିକୁ ହରେକୃଷ୍ଣପୁର ଠାରୁ ବାଟଭାଙ୍ଗି ଜଗନ୍ନାଥ ବଲ୍ଲଭ ପାର୍କିଂ କୁ ଯିବାକୁ ଦିଆଯାଉଥିଲା । କୋଣାର୍କ ପଟୁ ଆସୁଥିବା ଗାଟି ଗୁଡିକୁ ତାଳ ବଣିଆ ପାର୍କିଂ କୁ ଛଡା ଯାଉଥିଲା । ବିଜେପି କର୍ମୀ ଏବଂ ସମର୍ଥକ ମାନଙ୍କୁ ଆଣି ଆସୁଥିବା ବସ ସମେତ ବଡ ଗାଡି ଗୁଡିକୁ ତାଳବଣିଆ ଏବଂ ସମଙ୍ଗ ବସ ଷ୍ଟାଣ୍ଡ ରେ ପାର୍କିଂ କରାଯାଉଥିଲା । ଟୁରିଷ୍ଟ ବସ୍ ଗୁଡିକୁ ମାଳତିପାଟପୁର ଏବଂ ସମଙ୍କ ପାର୍କିଂ ରେ ରଖାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ ରେ ସୁରକ୍ଷା ପାଇଁ ଏସ୍‌ପିଜି ର ନିର୍ଦ୍ଦେଶ ଅନୁସାରେ ୩ ଜଣ ଏସ୍‌ପି, ୮ ଅତିରିକ୍ତ ଏସ୍‌ପି, ୨୨ ଡିଏସ୍‌ପି, ୪୨ ଇନିସ୍ପେକ୍ଟର, ୧୦୯ ଏଏ୍‌ସଆଇ, ୨୦୨ କନେଷ୍ଟବଳ ଏବଂ ୨୫୦ ହୋମଗାର୍ଡଙ୍କ ସମେତ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱ ରେ ଥିଲେ ।


ପୁରୀରୁ ଜିଲ୍ଲା ପ୍ରତିନିଧି ରଶ୍ମି ରଞ୍ଜନ ମହାରଥାଙ୍କ ରିପୋର୍ଟ

Post Views: 50
Tags: Modi's road show in Puri
Share202Tweet127Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In