• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା

by Voice of Victims
November 20, 2023
in ରାଜ୍ୟ
ଶିଶୁ ଦିବସରେ ଆରମ୍ଭ ହେଲା “ଆମ କୁନିପିଲା” ଯୋଜନା

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ର ପ୍ରଥମ ହଜାର ଦିନ ହେଉଛି ଗଭୀର ସମ୍ବେଦନଶୀଳ ସମୟ। ଏହି ପ୍ରଥମ ହଜାର ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ଵାସ୍ଥ୍ୟର ମୂଳଦୁଆ ପଡିଥାଏ। ଏହି ସମୟ ମଧ୍ୟରେ ଉଭୟ ମା ଓ ଶିଶୁର ଯତ୍ନ ଓ ପୁଷ୍ଟିକର ପୋଷଣ ଉପରେ ଶିଶୁ ର ବୃଦ୍ଧି ନିର୍ଭର କରିଥାଏ। ଏହି ଶିଶୁ ଦିବସରେ ଓଡ଼ିଶାରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଶିଶୁମାନଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଦିଗଦର୍ଶନକୁ ଅନୁସରଣ କରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ପବିତ୍ର ଶିଶୁ ଦିବସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି “ଆମ କୁନିପିଲା” କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ, ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ଦ୍ଵାୟିତ୍ଵ ସହ ସେମାନଙ୍କ ଶିଶୁ ଯତ୍ନ ଭିତ୍ତିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟ ରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ପିତାମାତା ଓ ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କୁ ଶିଶୁର ପ୍ରାରମ୍ଭିକ ବର୍ଷ ପ୍ରତି ସମ୍ବେଦନଶୀଳ କରେଇବା, ପରିବାରର ପୁରୁଷ ମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରିବା, ପିତାମାତା ଓ ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କ ଦ୍ବାରା କମ୍ ମୂଲ୍ୟର ପରିବେଶ ଅନୁକୁଳ ସାମଗ୍ରୀ ଓ ଖେଳଣା ସହିତ ଶିଶୁ ମାନଙ୍କୁ ନିଯୋଜିତ କରିବା, ଅଙ୍ଗନବାଡିକର୍ମୀଙ୍କ ଦ୍ବାରା ଖେଳଣା, ଗପ ଏବଂ ସ୍ନେହଭରା କଥା,ଭଲ ପାଇବା, ସ୍ପର୍ଶ ଓ ଖେଳ ଦ୍ବାରା ଶିଶୁମାନଙ୍କୁ ଏକ ସକରାତ୍ମକ ପରିବେଶ ଦେବା ସହ ସେମାନଙ୍କୁ ସକ୍ରିୟ କରେଇବା ଆଦି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ଅଭିଯାନରେ ସାମାଜିକ ଆଚରଣ ଯୋଗାଯୋଗ ସାମଗ୍ରୀ (ଏସବିସିସି) ଦ୍ବାରା ପିତାମାତା,ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀ ତଥା ଅଙ୍ଗନବାଡିକର୍ମୀଙ୍କ କାର୍ଯ୍ୟକାରିତାକୁ ଆହୁରି ପ୍ରଭାବଶାଳୀ କରାଯାଇପାରିବ। ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରି ପିତାମାତାଙ୍କ ନେତୃତ୍ୱାଧୀନରେ ଘରେ ହିଁ ଆନନ୍ଦଦାୟକ ଶିଶୁ ବନ୍ଧୁତ୍ୱପୂର୍ଣ୍ଣ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ “ଆମ କୁନି ପିଲା” କାର୍ଯ୍ୟକଳାପ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ସୁଦୃଢ କରିବା ପାଇଁ ବିଭିନ୍ନ ସୂଚନାତ୍ମକ ସାମଗ୍ରୀ ଯଥା ମୋ ବିକାଶ ପତ୍ର, କୁନି କାଲେଣ୍ଡର, ଆମ କୁନି ପିଲା ଫିଲ୍ପ ବୁକ୍, ସୁଖଦ ଲାଳନ ପାଳନ ହାଣ୍ଡ ବୁକ୍ ଓ ଆମ କୁନି ପିଲା ଟଏ କିଟ୍ ଆଦି କୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

Post Views: 50
Share202Tweet127Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In