• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନୂଆଖାଇ ନେଇ ପଶ୍ଚିମ ଓଡିଶା ଉତ୍ସବ ମୁଖର, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

by Voice of Victims
September 8, 2024
in ମୁଖ୍ୟ ଖବର, ରାଜ୍ୟ
ନୂଆଖାଇ ନେଇ ପଶ୍ଚିମ ଓଡିଶା ଉତ୍ସବ ମୁଖର, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ। ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

ପଶ୍ଚିମ-ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଟ୍ବିଟରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି,‘‘ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି ।’’

Post Views: 33
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In