• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ୱରରେ ସ୍ଥାପନ ହେବ ‘ଓମଫେଡ୍ ଭେଣ୍ଡିଂମେସିନ୍‌’

by Voice of Victims
September 14, 2024
in ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ୱରରେ ସ୍ଥାପନ ହେବ ‘ଓମଫେଡ୍ ଭେଣ୍ଡିଂମେସିନ୍‌’

ଭୁବନେଶ୍ୱର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ’ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ବର୍ଷ ପାଇଁ ଏହି ଯୋଜନାରେ ମୋଟ ୧୪୨୩.୪୭କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସଂସ୍ଥା ‘ଓମଫେଡ୍‌’ ମଧ୍ୟ ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଏକ ଭେଣ୍ଡିଂ ମେସିନ୍ ସ୍ଥାପନ କରି ଲୋକଙ୍କୁ ଓମଫେଡ୍ ସାମଗ୍ରୀ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆଜି ଓଡ଼ିଶାରେ ପ୍ରଥମଥର ପାଇଁ ‘ମନସୁନ୍ ମିଟ୍‌’ ଆୟୋଜିତ ହୋଇଛି । ଏଥିରେ ୧୫ଟି ରାଜ୍ୟ ଯୋଗ ଦେଇଥିଲେ । ଏହି ମନସୁନ୍ ମିଟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସରକାର ଏପର୍ୟ୍ୟନ୍ତ ୧୦୦ଦିନ ପୂରଣ କରିନାହିଁ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ରେ ଆଗାମୀ ୫ବର୍ଷ ପାଇଁ ୧୪୨୩.୪୭କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଦୁଗ୍ଧ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଜାତୀୟ ଡାଏରୀ ବିକାଶ ବୋର୍ଡ(ଏନଡିଡିବି) ସହ ଆଜି ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏନଡିଡିବି ସହଯୋଗରେ ରାଜ୍ୟ ସରକାର ବ୍ରହ୍ମପୁରଠାରେ ଏକ ଟୀକା ଉତ୍ପାଦନ କେନ୍ଦ୍ର(ଭାକସିନ୍ ପ୍ରଡକ୍ଟ ୟୁନିଟ) ଏବଂ ଭୁବନେଶ୍ୱରରେଠାରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଲେଷଣ କେନ୍ଦ୍ର(ଫିଡ୍ ଆନାଲିଟିକାଲ ଲାବ୍ରୋଟୋରୀ) ସ୍ଥାପନ କରିବେ । ରାଜ୍ୟରେ ଛେଳି,ମେଣ୍ଢା ଓ କୁକୁଡ଼ା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ । ଏହାସହିତ ବୁଲା ଓ ଅବହେଳିତ ପ୍ରାଣୀସମ୍ପଦର ଯତ୍ନ ନେବା ପାଇଁ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ‘ବିକଶିତ ଓଡ଼ିଶା ୨୦୩୬’କୁ ଦୃଷ୍ଟିରେ ରଖି କୃଷକଙ୍କ ଦ୍ୱାରଦେଶରେ ୨୪ଘଂଟିଆ ପ୍ରାଣୀ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

Post Views: 25
Share200Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In