• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ବରରେ ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା

by Voice of Victims
September 16, 2024
in ମୁଖ୍ୟ ଖବର
ଭୁବନେଶ୍ବରରେ ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନା ଓ ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍‌‌ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟ ଓ ସଭାସ୍ଥଳର ସୁରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏଥିସହ ସମଗ୍ର ଅଞ୍ଚଳ ପୂରା ସୁରକ୍ଷା ବ୍ୟବସ୍ଥାର ନିୟନ୍ତ୍ରଣରେ ଏସ୍‌‌ପିଜି ଅଧିକାରୀମାନେ ରହିଛନ୍ତି। ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ନିର୍ଦ୍ଦେଶନାମା ।  ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗୁ କରାଯାଇଛି।  ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ।ଆଚାର୍ୟ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ। ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ ବୋଲି କୁହାଯାଇଛି। ରାଜଧାନୀକୁ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷା ଦାୟିତ୍ୱରେ ୮୧ ପ୍ଲାଟୁନ ଫୋର୍ସ ଓ ୨ କମ୍ପାନୀ ସିଆର୍‌‌ପିଏଫ୍‌‌ ଯବାନଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ଓ ଏସ୍‌‌ପି ପାହ୍ୟାର ୧୧ଜଣ ଅଧିକାରୀ, ୨୨ଜଣ ଅତିରିକ୍ତ ଡିସିପି, ଏସିପି/ଡିଏସ୍‌‌ପି ୬୬ଜଣ, ୧୨୦ ଇନ୍ସପେକ୍ଟର, ୫୦୦ ହୋମ୍‌‌ଗାର୍ଡ, ଏଏସ୍‌‌ଆଇ ଓ ଏସ୍‌‌ଆଇ ପାହ୍ୟାର ୩୦୦ରୁ ଅଧିକ ଏବଂ ୩୨୯ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ପ୍ରକାରର ଆତଙ୍କୀ ହମ୍‌‌ଲାକୁ ପ୍ରତିହତ କରିବା ଲାଗି ୩ଟି ୟୁନିଟ୍‌‌ ସ୍ପେଶାଲ ଟ୍ରାକ୍ଟିକାଲ, ଓଡ୍ରାଫ୍‌‌ ଟିମ୍‌‌, ଅଗ୍ନିଶମ ବିଭାଗ, ଡଗ୍‌‌ ସ୍କ୍ୱାଡ୍‌‌, ବମ୍‌‌ ସ୍କ୍ୱାଡ୍‌‌ ମୁତୟନ କରାଯିବ ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମଙ୍ଗଳବାରପୂର୍ବାହ୍ନ ୧୦ଟା ୫୦ରେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରରୁ ସିଧା ମୋଦୀ ଗାଡ଼କଣ ବସ୍ତି ଅଭିମୁଖେ ଯିବେ । ୧୧.୧୦ରେ ମୋଦୀ ଗାଡ଼କଣ ବସ୍ତିରେ ପହଞ୍ଚିବେ ।  ସେଠାରେ ମୋଦୀ ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ । ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମୈଦାନରେ ପହଞ୍ଚିବେ । ଜନତା ମୈଦାନରେ ମୋଦୀ ଦିନ ୧ଟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି । 

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In