• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

by Voice of Victims
September 17, 2024
in ମୁଖ୍ୟ ଖବର, ରାଜ୍ୟ
ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଭୁବନେଶ୍ୱର: ସବୁ ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା। ଏହି ଅବସରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଆଜିର ଏହି ଶୁଭ ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ। କେବଳ ସୁଭଦ୍ରା ନୁହେଁ, ଓଡିଶାରେ ବହୁ ଯୋଜନାରେ ଶିଳାନ୍ୟାସ ବି ହୋଇଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେବା ଯୋଗୁଁ ଏସବୁ ସମ୍ଭବ ହୋଇଛି। ରାଜ୍ୟର ମହିଳା, ଯୁବକ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସମ୍ଭବ ହୋଇଛି। ଶହେ ଦିନ ପୂର୍ତ୍ତି ହୋଇଥିବା କାରଣରୁ ଏମିତି ଆହୁରି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେବ। ଶପଥ ଗ୍ରହଣ ପରେ ମୋର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଅବହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛି। ନିର୍ବାଚନ ପୂର୍ବରୁ ଯାହା କୁହାଯାଇଛି ସେସବୁ ପର୍ଯ୍ୟାୟ କ୍ରମେ କରାଯାଇଛି। ଜନଜାତିଙ୍କ ବିକାଶ, ଭିତ୍ତିଭୂମିର ଉନ୍ନତି, ମଧ୍ୟମ ବର୍ଗଙ୍କ ଆର୍ଥିକ ଉନ୍ନତି, ଏଗାର ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି। ସୁଭଦ୍ରା ଯୋଜନା ପାଇଁ ମହିଳା ସଶକ୍ତିକରଣ ସମ୍ଭବ ହୋଇଛି। ଏଥିପାଇଁ କେବଳ ଓଡିଶା ନୁହେଁ ସମଗ୍ର ଦେଶର ବିକାଶ ହେବ। ମଙ୍ଗଳବାର ସ୍ଥାନୀୟ ଜନତା ମୈଦାନ ଉତ୍ସବ ମୁଖର ହୋଇଛି। ସୁଭଦ୍ରା ଯୋଜନା ଶୁଭାରମ୍ଭ ମହୋତ୍ସବରେ ସାରା ରାଜ୍ୟରୁ ଆସିଛନ୍ତି ଲକ୍ଷାଧିକ ମହିଳା। ଶୃଙ୍ଖଳିତ ଭାବେ ସବୁକିଛି ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ଅହମ୍ମଦାବାଦ୍‌ରୁ ସିଧାସଳଖ ଭୁବନେଶ୍ୱର ଆସି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିଛନ୍ତି। ସେଠାରୁ ପ୍ରଥମେ ସେ ଗାଡ଼କଣ ବସ୍ତିରେ ପହଞ୍ଚି ୧୧ଟା୧୫ରୁ ୧୧ଟା୪୫ ଯାଏ ପିଏମ୍ ଆବାସ ବଣ୍ଟନ ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମ ସାରି ମୋଦୀ ଠିକ୍ ବାରଟା ପନ୍ଦରରେ ଜନତା ମଇଦାନ ପହଞ୍ଚି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ଜନତା ମଇଦାନରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହି କିଛି ଯୋଜନାର ଶୁଭାରମ୍ଭ କରିଵା ସହ ମୋଦୀ କିଛି ଯୋଜନାର ଲୋକାର୍ପଣ କରିଛନ୍ତି।

Post Views: 23
Tags: Prime Minister Modi launched Subhadra Yojana
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In