• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କେନ୍ଦୁଝରରେ ହେବ ବୃହତ୍‌ ଇସ୍ପାତ କାରଖାନା: ମୁଖ୍ୟମନ୍ତ୍ରୀ

by Voice of Victims
September 21, 2024
in ମୁଖ୍ୟ ଖବର, ରାଜ୍ୟ
କେନ୍ଦୁଝରରେ ହେବ ବୃହତ୍‌ ଇସ୍ପାତ କାରଖାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ‘ଲାଇଫ୍‌ ସେଭର୍ସ’ ଗ୍ରୁପ ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ କରିବା ପାଇଁ ବିଭିନ୍ନ କମ୍ପାନି ସହିତ ସେ ଆଲୋଚନା କରିଛନ୍ତି। ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହୀ କମ୍ପାନିକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ରାଉରକେଲାରେ ଷ୍ଟିଲ୍‌ ପ୍ଲାଣ୍ଟ ହେବା ଦ୍ବାରା ବ୍ୟାପକ ଲାଭ ହୋଇଛି, କ୍ଷତି ବି ହୋଇଛି। ହେଲେ ଲାଭ ତୁଳନାରେ କ୍ଷତି ନଗଣ୍ୟ। କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ ହେଲେ ଜିଲ୍ଲାବାସୀଙ୍କ ସହିତ ପଡ଼ୋଶୀ ଜିଲ୍ଲାର ଲାଭ ହେବ। ତେଣୁ ଷ୍ଟିଲ୍‌ ପ୍ଲାଣ୍ଟକୁ ଜିଲ୍ଲାବାସୀ ବିରୋଧ ନ କରି ସ୍ବାଗତ କରିବା ଉଚିତ ବୋଲି ସେ କହିଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ସକାରାତ୍ମକ ମନୋଭାବ ନେଇ କାମ କଲେ ସୁନାର କେନ୍ଦୁଝର ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦୁଝର ଜିଲ୍ଲାରେ ବିକାଶମୂଳକ କାର୍ୟ୍ୟ କରିବା ପାଇଁ ଅର୍ଥର ଅଭାବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଡିଏମ୍‌ଏଫ୍‌ ଗଠନ କରିଛନ୍ତି, ତା’ଦ୍ବାରା ଜିଲ୍ଲାରେ ବ୍ୟାପକ ଅର୍ଥ ମହଜୁଦ ହୋଇରହିଛି। ଏହି ଅର୍ଥରେ ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରର ଦ୍ରୁତ ବିକାଶ ହୋଇପାରିବ। କେନ୍ଦୁଝର ଓମ୍‌ବାଡସିରୁ ପୂର୍ବ ସରକାର ୧୬ ହଜାର ୫ ଶହ କୋଟି ଟଙ୍କା ଋଣରେ ନେଇଗଲେ। ସେହି ଅର୍ଥରେ ଜିଲ୍ଲାର ଅନେକ ବିକାଶ କାର୍ୟ୍ୟ ହୋଇ ପାରିଥାଆନ୍ତା। କେନ୍ଦୁଝରବାସୀ ପୂର୍ବରୁ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ବହୁତ ଦାବି କରୁଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏକ ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ଘୋଷଣା କରିଥିଲେ। ଏପରିକି ଏମ୍‌ଓୟୁ ମଧ୍ୟ ସ୍ବାକ୍ଷର କଲେ। ମାତ୍ର ତାହା ହେଲାନାହିଁ। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାହା କାର୍ୟ୍ୟକାରୀ କରିଥାଏ ବୋଲି ସେ କହିଥିଲେ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In