• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସରିଲା ରତ୍ନଭଣ୍ଡାର ଯାଞ୍ଚ

by Voice of Victims
September 23, 2024
in ମୁଖ୍ୟ ଖବର, ରାଜ୍ୟ
ସରିଲା ରତ୍ନଭଣ୍ଡାର ଯାଞ୍ଚ

ଭୁବନେଶ୍ବର: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ। ଏହି ଯାଞ୍ଚର ଚୂଡାନ୍ତ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରୁ ପରଦା ହଟିବ। ତେବେ ଦୁଇଟି ପର୍ୟ୍ୟାୟରେ ଏହି ଯାଞ୍ଚ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଲେଜର ସ୍କାନିଂ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ଜିପିଆର୍‌ ସର୍ଭେ ଶେଷ ହୋଇଛି। ଶନିବାର ଏବଂ ରବିବାର ଦୁଇଦିନ ଧରି ଏଏସ୍‌ଆଇ ପକ୍ଷରୁ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର) ସର୍ଭେ କରାଯାଇଥିଲା। ତେବେ ୩ ଦିନ ରାଡାର ସର୍ଭେ କରାଯିବ ବୋଲି ପୂର୍ବରୁ ଧାର୍ୟ୍ୟ ହୋଇଥିବା ବେଳେ ଏଏସ୍‌ଆଇର ଟେକ୍ନିକାଲ ଟିମ୍‌ ୨ ଦିନରେ ଏହି କାର୍ୟ୍ୟ ଶେଷ କରିଛନ୍ତି। ଫଳରେ ସୋମବାର ମହାପ୍ରଭୁଙ୍କ ଦର୍ଶନରେ କୌଣସି କଟକଣା ରହିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି। ରବିବାର  ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ ଚାଲିଥିଲା। ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍‌ କରିଛି ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ (ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ) ଟିମ୍‌। ସମସ୍ତ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଓ ଗ୍ରାଫକୁ ଏକତ୍ରିତ କରାଯାଇ ୭ଟି ପର୍ୟ୍ୟାୟରେ ଡାଟା ଆନାଲିସିସ ହୋଇ ଇମେଜ ତିଆରି ହେବ। ଡାଟା ଆନାଲିସିସ୍‌ ଲାବ୍‌ରେ ବିଶ୍ଲେଷଣ ପରେ ରିପୋର୍ଟ ବାହାରିବ ବୋଲି ଏନ୍‌ଜିଆର୍‌ଆଇ ରାଡାର ବିଶେଷଜ୍ଞ ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି। 

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In