• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

by Voice of Victims
September 28, 2024
in ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

ଭୁବନେଶ୍ୱର: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ସରକାରରେ ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା। ଆମ ସରକାର ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ହୋମ୍‌ଗର୍ଡମାନେ ସବୁଠୁ ଅଧିକ କାମ କରିଥାନ୍ତି। ମାତ୍ର ତାଙ୍କୁ କେହି ପଚାରନ୍ତିନି। ନୂଆ ନିଯୁକ୍ତି ମଧ୍ୟ ଦିଆଯିବ। ରାଜ୍ୟରେ ୨୯୯୮ ହୋମ୍‌ଗାର୍ଡଙ୍କୁ ପୁନଃ ନିଯୁକ୍ତି ମିଳିବ। ଏଥିସହିତ କାର୍ଯ୍ୟରତ ହୋମଗାର୍ଡଙ୍କ ଦେହାନ୍ତ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ୍ୟୁ ପରେ ପରିବାରର ଜଣଙ୍କୁ ମଧ୍ୟ ଚାକିରି ମିଳିବ। ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ୍‌ ବଢ଼ାଯିବ ବୋଲି ସେ କହିଛନ୍ତି। ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି। ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା। ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବନି। ସପ୍ତାହେ ଭିତରେ ଏସ୍‌ପିମାନେ ଏ ସମ୍ପର୍କିତ ପେଣ୍ଡିଂ ମାମଲା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ। ଯେତେବେଳେ ଆସିବେ ଶୁଣନ୍ତୁ, ରାତି ୨ରେ ଆସିଲେ ବି ଶୁଣିବେ। ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ। ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପୋଲିସ ପାଖରେ ବାଇକ୍‌ ରହିବ। ଥାନାରେ ୨ଟି ଜିପ୍‌ ରହିବ। ଏଥିସହିତ ଓଡ୍ରାଫ୍‌ ଟିମ୍‌ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In