• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭୁବନେଶ୍ବରର ତିନି ବିଧାନସଭା ଆସନରୁ ଗୋଟିଏରେ ମହିଳା ପ୍ରାର୍ଥୀ ଦେବ ବିଜେଡି

by Voice of Victims
March 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବରର ତିନି ବିଧାନସଭା ଆସନରୁ ଗୋଟିଏରେ ମହିଳା ପ୍ରାର୍ଥୀ ଦେବ ବିଜେଡି

ଭୁବନେଶ୍ବର: ବିଜେଡି ଏଥର ଭୁବନେଶ୍ବରରେ ଥିବା ତିନି ଆସନରେ ଏକ ନୂଆ ସମୀକରଣ କରିବ। ତାହା ହେଲା ଏହି ତିନି ଆସନରୁ ଗୋଟିଏରେ ଦଳ ମହିଳା ପ୍ରାର୍ଥୀ ଦେବ ବୋଲି ନିଷ୍ପତି କରିଛି। ବର୍ତ୍ତମାନ ଭୁବନେଶ୍ବର ମେୟର ମହିଳା ରହିଛନ୍ତି। ସେହିପରି ଏହି ତିନି ଆସନରେ ଦଳ ଏ ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀ  ଛିଡା କରାଇ ନାହିଁ। ତେଣୁ ଏଥର ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡିଛି। ତେବେ ଅନ୍ୟ ଏକ କାରଣରେ କୁହାଯାଇଛି ଯେ, ଭୁବନେଶ୍ବରରେ ତିନି ବିଧାୟକଙ୍କର ବିରୋଧୀଙ୍କ ଆର୍ବିଭାବ ଦେଖିବାକୁ ମିଳିଛି। ତେବେ ସବୁଠାରୁ ତୀବ୍ର ପ୍ରତିଦ୍ବନ୍ଦିତା ଭୁବନେଶ୍ବର ଉତ୍ତର ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ହେଉଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଭାବେ ଅମରେଶ ଜେନା ସମାନ୍ତରାଳ ସଂଗଠନ କରିବାରେ ଲାଗିଛନ୍ତି। ବନ୍ଧୁ ମିଳନଠାରୁ ଆରମ୍ଭ କରି କର୍ମମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି। ଫଳରେ ବିଜେଡିରୁ ଉଭୟ ବିଧାୟକ ଅନନ୍ତ ଜେନା ଏବଂ କରପୋରେଟର ଅମରେଶ ଜେନା ମଧ୍ୟରେ ଟିକେଟ ଲଢେଇ ଲାଗିରହିଛି। ଉଭୟ ନବୀନ ନିବାସ ଆସି କାର୍ତ୍ତିକ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକଙ୍କୁ ଭେଟି ଯାଉଛନ୍ତି। ଫଳରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ବିଜେଡି ଭିତରେ ଏପରି ଦ୍ବନ୍ଦ ଲାଗି ରହିିଥିବାରୁ କାହାକୁ ଟିକେଟ ମିଳିବ ତାହାକୁ ନେଇ ସନ୍ଦେହ ରହିଛି। ସେହିପରି ଅନୁରୂପ ଅବସ୍ଥା ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ମଧ୍ୟ ଲାଗି ରହିଛି। ସେଠାରେ ବର୍ତ୍ତମାନର ବିଧାୟକ ସୁଶାନ୍ତ ରାଉତ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ମଧ୍ୟରେ ଲଢେଇ ଲାଗି ରହିଛି। ଉଭୟ ଭିନ୍ନ ଭିନ୍ନ ସ୍ଥାନରେ ନିଜ କର୍ମିଙ୍କୁ ନେଇ ସଂଗଠନ କରିବାରେ ଲାଗିଛନ୍ତି। ଉଭୟ ମଧ୍ୟ ନବୀନ ନିବାସରେ ନିଜ ସମର୍ଥକଙ୍କୁ ଧରି ସମସ୍ତଙ୍କୁ ଭେଟୁଛନ୍ତି। ତେଣୁ ଏହି ଲଢେଇ ମଧ୍ୟରେ ଦଳ କାହାକୁ ଟିକେଟ ଦେବ ସେ ନେଇ ଦ୍ବନ୍ଦରେ ରହିଛି। ପ୍ରକୃତରେ ଦେଖିବାକୁ ଗଲେ ଉଭୟଙ୍କର ସେହି ନିର୍ବାଚନ ମଣ୍ଡଳିରେ ସଂଗଠନ ରହିଛି ଏବଂ ଲୋକ ସଂପର୍କ ମଧ୍ୟ ରହିଛି। ତେବେ ଏକ୍ରାମ ଭୁବନେଶ୍ବରେ ବିରୋଧ ରହିଥିଲେ ମଧ୍ୟ ତାହା ତୀବ୍ର ହୋଇପାରି ନାହିଁ। କିନ୍ତୁ ଆଗାମୀ ଦିନରେ ସେଠାକାର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ ବିରୋଧ ନ କରିବେ ତାହା କହି ହେବ ନାହିଁ। ଏସବୁ ପରିସ୍ଥିତିକୁ ନଜରରେ ରଖି ବିଜେଡି ଏଥର ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ଟିକେଟ ଦେବ ବୋଲି ନିଷ୍ପତି କରିଛି। ବିଶେଷ କରି ଭୁବନେଶ୍ବର ଉତ୍ତରରେ ଜଣେ ପ୍ରତିଷ୍ଠିତ ମହିଳା ଟିକେଟ ପାଇବା ପାଇଁ ଲବି କରିଥିବାର ମଧ୍ୟ ଜଣାପଡିଛି। ଯଦି ତାହା ନ ହୁଏ ତେବେ ଭୁବନେଶ୍ବର ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଦେବ ବୋଲି ଦଳ ଚିନ୍ତା କରୁଛି।

Post Views: 54
Share199Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In