• About Us
  • Contact Us
Saturday, August 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସିବିଆଇ ରେଡ: ୩ ଗିରଫ

by Voice of Victims
December 8, 2024
in ମୁଖ୍ୟ ଖବର, ରାଜ୍ୟ
ସିବିଆଇ ରେଡ: ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସିବିଆଇ ରେଡ ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା, ପଶ୍ଚିମବଙ୍ଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର । ରେଡ ବେଳେ ଦେବଦତ୍ତଙ୍କ ଘରୁ ସିବିଆଇ ନଗଦ ଟଙ୍କା ଓ ସୁନା ଜବତ କରିଛି ।  ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍‌ କାର୍‌ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍‌ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍‌ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏନେଇ ସିବିଆଇ ଟିମ୍‌ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚତ୍ ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍‌ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ସେଠାରୁ ସିବିଆଇ ଅଧିକାରୀମାନେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ପଚରାଉଚରା କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାପଡ଼ିଥିବା ଓଡ଼ିଶାର ବିଲ୍‌ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ତାଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।

Post Views: 58
Share199Tweet125Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ
  • ପରିବେଶ ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘରର ଅଭିନବ ପଦକ୍ଷେପ : ରଣପୁରରେ ଶତାଧିକ ବୃକ୍ଷରୋପଣ
  • ‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା
  • ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ
  • ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୧୦ ଗେଟ୍, ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In