• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ ସିଏକ୍ୟୁଏମ୍ ବିଫଳ

by Voice of Victims
September 27, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା
ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ ସିଏକ୍ୟୁଏମ୍ ବିଫଳ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। ଉତ୍ତର ରାଜ୍ୟଗୁଡିକରେ ନଡ଼ା ଜାଳିବା ଉପରେ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହାର ସିଧାସଳଖ ଅର୍ଥ ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବିଫଳ ହୋଇଛି। ଦିଲ୍ଲୀରେ ବାୟୁ ଗୁଣାବତ୍ତା ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକଟ କରିବା ପୂର୍ବକ ଏପ୍ରକାର ବିଷୋଦ୍‌ଗାର କରିଛନ୍ତି ସୁପ୍ରିମକୋର୍ଟ। ବାୟୁ ମାନ ଉପରେ ନଜର ରଖିବା ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ବାୟୁମାନ ପରିଚାଳନା କମିଶନ (ସିଏକ୍ୟୁଏମ୍‌)କୁ ଭର୍ତ୍ସନା କରିଛନ୍ତି। ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଅଧିକ ପ୍ରଦୂଷିତ ହେଉଥିବା ବେଳେ ଏହାକୁ ରୋକିବା ଦିଗରେ ସିଏକ୍ୟୁଏମ୍ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଦିଗରେ ଆୟୋଗ ଅଧିକ ସକ୍ରିୟତାର ସହ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ତୃଣମୂଳ ସ୍ତରରେ ନଡ଼ା ଜାଳିବାକୁ ବନ୍ଦ କରିବା ପାଇଁ ବିକଳ୍ପ ରାସ୍ତା ବାହାର କରିବା ଆବଶ୍ୟକ। ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଥିପାଇଁ ସିଏକ୍ୟୁଏମ୍ ପାଖରେ ବିପୁଳ କ୍ଷମତା ରହିଛି, କିନ୍ତୁ ସଂସ୍ଥା ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପ୍ରଦୂଷଣ ରୋକିବା ଦିଗରେ କମିଶନଙ୍କ ପଦକ୍ଷେପ ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଜାତୀୟ ରାଜଧାନୀ ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ମାନ ପରିଚାଳନା ଆଇନ ଅନୁଯାୟୀ ସିଏକ୍ୟୁଏମ୍ ନିଜ କ୍ଷମତାର ଅଧିକ ପ୍ରୟୋଗ କରିବା ଆବଶ୍ୟକ ବୋଲି କହିଛନ୍ତି। ଖଣ୍ଡପୀଠଙ୍କ କହିବାନୁସାରେ ତୃଣମୂଳସ୍ତରରେ ନଡ଼ାପୋଡ଼ିର ବିକଳ୍ପ ଉପକରଣ ବ୍ୟବହାରକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯିବା ଜରୁରୀ। କେନ୍ଦ୍ର ସରକାର ନଡ଼ାପୋଡ଼ି ସମସ୍ୟା ଦୂର ପାଇଁ ଯୋଗାଇ ଦେଉଥିବା ଉପକରଣ ବାସ୍ତବରେ ଚାଷୀମାନେ ବ୍ୟବହାର କରୁଛନ୍ତି କି ନାହିଁ, ସେ ନେଇ କମିଶନ ସୁନିଶ୍ଚିତ ହେବା ଉଚିତ୍‌। ସେହିପରି ଗତ ତିନି ମାସ ମଧ୍ୟରେ ଆୟୋଗ ପକ୍ଷରୁ କେଉଁ ସବୁ ବୈଠକ ବସିଛି ଏବଂ ବୈଠକରେ କେଉଁ କେଉଁ ନିଷ୍ପତ୍ତି ନିଆଯାଇଛି ସେସବୁର ରିପୋର୍ଟ ପ୍ରସ୍ତୁତ ପୂର୍ବକ ଦାଖଲ କରିବାକୁ ଖଣ୍ଡପୀଠ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ହ୍ରାସ କରିବା ପାଇଁ ଆୟୋଗ ଯଥେଷ୍ଟ ଉଦ୍ୟମ କରିବା ଆବଶ୍ୟକ ଏବଂ ନିର୍ଦ୍ଦେଶନାମାକୁ ଅନୁପାଳନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟଙ୍କ ଏହି ୨ଜଣିଆ ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ପରେ ବାୟୁ ଗୁଣବତ୍ତା ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ, ତିନୋଟି ସବ୍‌-କମିଟି ପ୍ରତି ତିନି ମାସରେ ଗୋଟିଏ ବୈଠକ କରୁଛନ୍ତି। ଏହାର ଜବାବରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, କମିଟି କିପରି ତିନି ମାସରେ ଗୋଟିଏ ବୈଠକ କରି ଦାୟିତ୍ୱର ପରିଚାଳନା କରୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୁତରାଂ ଏହି ସମୟ ମଧ୍ୟରେ ଆୟୋଗ ଉତ୍ତମ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Post Views: 59
Share198Tweet124Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In