• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଷାଠିଏ ଦଶକରେ ପ୍ରତିଷ୍ଠିତ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଶିକ୍ଷା ପ୍ରଚଳନ ପାଇଁ ଦାବି 

by Voice of Victims
September 19, 2026
in ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଷାଠିଏ ଦଶକରେ ପ୍ରତିଷ୍ଠିତ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଶିକ୍ଷା ପ୍ରଚଳନ ପାଇଁ ଦାବି 

ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କୁ ସୁବିଧାରେ ନିଜ ଗାଁ ନିକଟରେ ଉଚ୍ଚ ଶିକ୍ଷା ପ୍ରଦାନ କରିବା ନିମନ୍ତେ କେତେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା (ଯୁକ୍ତ ଦୁଇ )ଶ୍ରେଣୀ ଖୋଲିବା ସହିତ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି | ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଧୀନରେ ଥିବା ପଞ୍ଚଭୂତି ସରକାରୀ ନେହେରୁ ଉଚ୍ଚ ବିଦ୍ୟାଳୟ 1964 ମସିହାରେ ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ଏହାଇ ସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ଅବହେଳା ପ୍ରଦାନ କରାଯାଇଛି | ଏପରିକି ଏହି ବ୍ଲକରେ ସତୁରି ଅଶୀ ଦଶକରେ ପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ନିମନ୍ତେ ଅନୁମତି ମିଳିଥିବା ବେଳେ ଏହି ସ୍କୁଲକୁ ଅଣ ଦେଖା କରାଯାଇଛି | ଫଳରେ  ସ୍ଥାନୀୟ ବୁଦ୍ଧିଜୀବୀ ତଥା ସ୍କୁଲର ପୁରାତନ ଛାତ୍ର ସାଂସଦ ସଦସ୍ୟଙ୍କ ମଧ୍ୟରେ ଏନେଇ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି | ଜିଲା ତଥା ବ୍ଲକର ସର୍ବ ବୃହତମ ଗ୍ରାମ ଭାବେ ପରିଚିତ ଥିବା ଏହି ଗ୍ରାମର ଅଧିକାଂଶ ବ୍ୟକ୍ତି ଚାଷୀ ଓ ଆର୍ଥିକ ଅନଗ୍ରସର ହୋଇଥିବା ବେଳେ ସେମାନଙ୍କ ପିଲାମାନେ ଗାଁ ହାଇ ସ୍କୁଲରୁ ଦଶମ ଶ୍ରେଣୀରୁ ଉତୀର୍ଣ୍ଣ ହେଲା ପରେ ଗମନାଗମନ ଓ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇଥାନ୍ତି | ଏବଂ ପ୍ରାୟତଃ ଅନେକାଂଶରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ କିମ୍ବା ଦୂର ଦୁରାନ୍ତକୁ ଯିବାକୁ ଏକ ରକମ ବାଧ୍ୟ ହୋଇଥାନ୍ତି |

ମୂଳତଃ ଏହି ସ୍କୁଲରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ବେଳେ ବର୍ତମାନ ସରକାରୀ ନିୟମାନୁଯାୟୀ କେବଳ ନବମ ଓ ଦଶମ ଦୁଇ ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି | ଅନ୍ୟପକ୍ଷେ ଏହି ସ୍କୁଲରେ ଯଥେଷ୍ଟ ଅତ୍ୟାଧୁନିକ ଶ୍ରେଣୀ ଗୃହ, ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନାଗାର, ପାଠାଗାର, କମ୍ପ୍ୟୁଟର ଲାବ, ଖେଳ ପଡିଆ ସହିତ 12 ଏକର ସ୍କୁଲ ପରିସରରେ ନିଜସ୍ୱ ଜମି ରହିଛି | ରାଜ୍ୟସରକାର ଗ୍ରାମାଞ୍ଚଳର ପିଲାଙ୍କୁ  ଏଆଇ (AI ) ଓ ସେମିକଣ୍ଡକ୍ଟର ଭଳି ମାଗଣା ଅତ୍ୟାଧୁନିକ ଶିକ୍ଷାଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପଞ୍ଚଭୂତି ସରକାରୀ ନେହେରୁ ଉଚ୍ଚ ବିଦ୍ୟାଳୟରେ ଆଗାମୀ ଶିକ୍ଷା ବର୍ଷ ଠାରୁ ଉଚ୍ଚ ମାଧ୍ୟମିକ ବିଜ୍ଞାନ (ଯୁକ୍ତ ଦୁଇ ବିଜ୍ଞାନ )ଶ୍ରେଣୀ ଖୋଲିବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ହୋଇଛି |  ସ୍ଥାନୀୟ 3 ପଞ୍ଚାୟତବାସୀଙ୍କ ସହିତ ପୁରାତନ ଛାତ୍ର ସାଂସଦର ସଦସ୍ୟଙ୍କ ତରଫରୁ ସୁଧାଂଶୁ ଶେଖର ପଟ୍ଟନାୟକ, ବାଉରୀବନ୍ଧୁ ଶତପଥୀ, ମୋହନ ନାହାକ ଓ ପ୍ରାଣକୃଷ୍ଣ ନାୟକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି | ବିଧାୟକ ଶ୍ରୀ ନାୟକ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ବେଳେ ଏହାର ଅନୁରୂପ ନକଲ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେନ୍ଦ୍ର, ଗଣ ଶିକ୍ଷା ମନ୍ତ୍ରୀ,ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ଜିଲ୍ଲାପାଳ ଗଞ୍ଜାମ,ଜିଲ୍ଲା ଶିକ୍ଷା ଅଧିକାରୀ ବ୍ରହ୍ମପୁର, ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପ୍ରସାଦ ଓ ପ୍ରଧାନ ଶିକ୍ଷକ ନେହେରୁ ଉଚ୍ଚ ବିଦ୍ୟାଳୟଙ୍କ ନିକଟକୁ ସ୍ପିଡ଼ ପୋଷ୍ଟ ମାଧ୍ୟମରେ ପଠାଇ ଦିଆଯାଇଛି | ଗ୍ରାମାଞ୍ଚଳରେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଥିବା ଛାତ୍ର ଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରିବେ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି |

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ
  • କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ
  • ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ
  • ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ
  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In