• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ

by Voice of Victims
May 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ

ଭୁବନେଶ୍ବର: ପ୍ରତି ଗାଁରେ ଗଢାହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ। ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ । ମେ ଶେଷ ସୁଦ୍ଧା ସବୁ ଗାଁରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ ହେବ। ନିଜ ନିଜର ଦକ୍ଷତା ଅନୁସାରେ ସେମାନଙ୍କ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ ପଞ୍ଚାୟତିରାଜ ବିଭାଗ। ଏହା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ। ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୦୦ ଦିନର କାମ ସୁନିଶ୍ଚିତ କରାଯିବ। ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଜବ୍ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଏକ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛି। ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ସମ୍ମାନର ସହ ସମ୍ବୋଧିତ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହା ବାଦ୍ କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଥାଇ କ୍ରେଚ କରାଯିବ। ଆବଶ୍ୟକ ପଡ଼ିଲେ ଜଣେ ମହିଳା ଦିବ୍ୟାଙ୍ଗଙ୍କୁ ସହାୟକ ଭାବେ ନିୟୋଜିତ କରାଯିବ। ମହିଳା ଦିବ୍ୟାଙ୍ଗମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଥିବା ଶ୍ରମିକମାନଙ୍କୁ ଜଳ ଯୋଗାଣ କରିବେ।

ଦିବ୍ୟାଙ୍ଗ ଶକ୍ତି ଗ୍ରୁପ ଗଠନ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କୁ କାମ ଯୋଗାଇବା କାମର ନିୟମିତ ତଦାରଖ କରିବେ ଜିଲ୍ଲାପାଳ। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଚାର ପ୍ରସାର କରାଯିବା ସହ ଏନଜିଓମାନଙ୍କୁ ସାମିଲ କରାଯିବ । ହେଲେ ସରକାରଙ୍କ ଯୋଜନା ବାସ୍ତବତା ଠାରୁ ଅନେକ ଦୂରରେ ବୋଲି ବିଜେଡି କହିଛି । ନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ କାମ କରୁଛି । ଗାଁ ଗଣ୍ଡାରେ ଲୋକଙ୍କୁ କାମ ମିଳୁନଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦ ଦିନର କାମ ଯୋଗାଇବା ଅବାସ୍ତବ। କେବଳ ନିଜର ପ୍ରଚାର କରିବାକୁ ଏହି ଯୋଜନା ଆସିଛି ବୋଲି ବିଜେଡି କହିଛି । 

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In