• About Us
  • Contact Us
Sunday, July 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

by Voice of Victims
July 5, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

ଭୁବନେଶ୍ୱର : ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ।  ଏନେଇ ସେ ଇସ୍କନର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଗଭର୍ଣ୍ଣିଂ ବଡି କମିଶନ’ ର ଚେୟାରମ୍ୟାନ୍ ମଧୁସେବିତ ଦାସ ପ୍ରଭୁଙ୍କୁ ଏକ ସ୍ପଷ୍ଟ ଓ କଡ଼ା ଚିଠି ଲେଖିଛନ୍ତି। ବିଶେଷ କରି ଭାରତ ବାହାରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ବର୍ଷସାରା ବିଭିନ୍ନ ତାରିଖରେ ରଥଯାତ୍ରା କରାଯାଉଥିବାରୁ ଏହା ଉପରେ ଗଜପତି ତୀବ୍ର ଆପତ୍ତି ଉଠାଇଛନ୍ତି ।

ଚିଠିରେ କିଛି ମୁଖ୍ୟ ବିଷୟବସ୍ତୁ ଓ ଶାସ୍ତ୍ରୀୟ ନିୟମ ରହିଛି । ପ୍ରଥମ ସ୍ନାନଯାତ୍ରା ନିୟମ । ମହାପ୍ରଭୁଙ୍କ ସ୍ନାନଯାତ୍ରା କେବଳ ଏବଂ କେବଳ ‘ଜ୍ୟେଷ୍ଠ ପୂର୍ଣ୍ଣିମା’ ତିଥିରେ ହିଁ କରାଯିବା ଉଚିତ। ସାରା ବିଶ୍ୱରେ ଥିବା ସମସ୍ତ ଇସ୍କନ ମନ୍ଦିର ଏହି ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ହିଁ ଏହି ନୀତି ପାଳନ କରନ୍ତୁ। ସେହିପରି ଭାରତରେ ଥିବା ସମସ୍ତ ମନ୍ଦିର ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ୯ ଦିନିଆ ଶାସ୍ତ୍ରୀୟ ଅବଧି ମଧ୍ୟରେ ହିଁ ରଥଯାତ୍ରା ଶେଷ କରନ୍ତୁ। ଚଳିତ ବର୍ଷ ଇସ୍କନ ଉଜ୍ଜୟିନୀ ପକ୍ଷରୁ ଜୁଲାଇ ୧୬ ରୁ ୨୫ ବାହାରେ କରାଯାଉଥିବା କିଛି ବିଜ୍ଞାପନକୁ ଗଜପତି ଏହି ଚିଠିରେ ଫ୍ଲାଗ୍ କରିଛନ୍ତି। ବିଦେଶରେ ବର୍ଷ ସାରା ଯେକୌଣସି ତାରିଖ କିମ୍ବା ସପ୍ତାହନ୍ତରେ ରଥଯାତ୍ରା କରିବା ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।

ସେଠାରେ ମଧ୍ୟ ନିର୍ଦ୍ଦିଷ୍ଟ ୯ ଦିନିଆ ଶାସ୍ତ୍ରୀୟ ଅବଧି ମଧ୍ୟରେ ହିଁ ଯାତ୍ରା ଆୟୋଜନ ହେବା ଆବଶ୍ୟକ। ଗଜପତି ମହାରାଜା ନିଜ ଚିଠିରେ ସ୍କନ୍ଦ ପୁରାଣ (ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ୨୯ତମ ଅଧ୍ୟାୟ) ଏବଂ ସେପ୍ଟେମ୍ବର ୨୦୨୫ରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ, ଶଙ୍କରାଚାର୍ଯ୍ୟ ଏବଂ ବୈଷ୍ଣବାଚାର୍ଯ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଚୂଡ଼ାନ୍ତ ମତକୁ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଏକ ‘ନବଦିନାତ୍ମକ ଯାତ୍ରା’ , ଯାହା ସ୍ୱୟଂ ଭଗବାନଙ୍କ ଦୈବୀ ଆଦେଶ ଅଟେ। ଲୋକାଲ୍ ସ୍ଥିତି ଅନୁସାରେ ଉତ୍ସବ ପାଳନର ଶୈଳୀ ବଦଳିପାରେ ` କିନ୍ତୁ ଭଗବାନଙ୍କ ନିର୍ଦ୍ଦିଷ୍ଟ ତିଥିକୁ କେବେ ବି ବଦଳାଯାଇପାରିବ ନାହିଁ।

ଏଭଳି ମନଇଚ୍ଛା ତିଥି ପରିବର୍ତ୍ତନ ଦ୍ୱାରା ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଗଭୀର ଆଘାତ ଲାଗୁଛି। ଗଜପତି ଇସ୍କନର GBC କୁ ଅକ୍ଟୋବର ୨୦୨୫ରେ ନେଇଥିବା ନିଜର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସାରା ବିଶ୍ୱର ସମସ୍ତ ଇସ୍କନ ସେଣ୍ଟରକୁ ଏହି ଶାସ୍ତ୍ରୀୟ ନିୟମ ପାଳନ କରିବା ପାଇଁ ଏକ ସ୍ପଷ୍ଟ ଗାଇଡ୍ ଲାଇନ୍ ଜାରି କରିବାକୁ କହିଛନ୍ତି। ମହାପ୍ରଭୁଙ୍କ ମୁଖ୍ୟ ସେବକ ଭାବେ ଗଜପତି ସନାତନ ସଂସ୍କୃତି ଓ ଶ୍ରୀଜଗନ୍ନାଥ ନୀତିର ସୁରକ୍ଷା ପାଇଁ ଏହି ବଡ଼ ପଦକ୍ଷେପ ନେଇଛନ୍ତି।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ରଣପୁର ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ
  • ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
  • ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର, ଜୁଲାଇ ୩୦ରେ ଭୋଟିଂ
  • ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In