• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଡରେଇଦେଲେ ଖାରବେଳ, ଡରିଗଲେ ମଙ୍ଗୁଆଳ

by Voice of Victims
December 26, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଡରେଇଦେଲେ ଖାରବେଳ, ଡରିଗଲେ ମଙ୍ଗୁଆଳ

ସାଂପ୍ରତିକ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଭି. କେ. ପାଣ୍ଡିଆନ ୨୦୨୪ ବିଧାନସଭା କି ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି । କିଛିଦିନ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଭାରତୀୟ ପ୍ରଶାସନିକ ସେବାର ଏହି ପୂର୍ବତନ ଅଧିକାରୀ ଗତ କିଛି ବର୍ଷ ମଧ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଅଫିସର ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦର ଅଫିସର ହୋଇଥିବାରୁ ତାଙ୍କୁ ପ୍ରଥମେ ବ୍ୟକ୍ତିଗତ ସଚିବ ଏବଂ ପରେ ତିଆରି କରାଯାଇଥିବା ସ୍ୱତନ୍ତ୍ର ବିଭାଗ ୫ଟି ର ସଚିବ ହୋଇଥିଲେ । ସଚିବ ନୁହେଁ, ବରଂ ସେ ଛାୟା ମୁଖ୍ୟମନ୍ତ୍ରୀ ବୋଲି ବିଧାୟକ, ମନ୍ତ୍ରୀ, ଏପରିକି ଓଡିଶାର ଜନସାଧାରଣ ମଧ୍ୟ ବିଶ୍ୱାସ କରୁଥିଲେ । ସେ ହିଁ ସରକାରଙ୍କ ପ୍ରକୃତ କ୍ଷମତାକେନ୍ଦ୍ର ଥିଲେ । ଉଭୟ ସରକାର ଓ ବିଜେଡି ଦଳର ସର୍ବେସର୍ବା ବୋଲାଉଥିବା ପାଣ୍ଡିଆନ ବାବୁ ବହୁତ ସମାଲୋଚନାର ଶରବ୍ୟ ହେବା ପରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କର ଅବସର ଆବେଦନକୁ କେନ୍ଦ୍ର ସରକାର ମାତ୍ର ତିନି ଦିନରେ ଅନୁମୋଦନ କରିଦେଇ ପରୋକ୍ଷରେ ସେ ହିଁ ବିଜେଡି ଦଳ ଓ ସରକାରଙ୍କ ପ୍ରକୃତ କ୍ଷମତାକେନ୍ଦ୍ର ବୋଲି ପ୍ରମାଣିତ କରିଦେଇଥିଲେ । ଚାକିରିରୁ ଅବସର ନେବାର କେଇ ଘଣ୍ଟା ମଧ୍ୟରେ ସେ ପୂର୍ବରୁ ସଚିବ ଥିବା ୫ଟି ବିଭାଗର ଅଧ୍ୟକ୍ଷ (କ୍ୟାବିନେଟ ପାହ୍ୟା) ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେଲେ । ୟା’ପରେ ସେ ନିଶ୍ଚିତ ରାଜନୀତି କରିବେ ବୋଲି ରାଜନୈତିକ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ଆଲୋଚନା କଲେ । କିନ୍ତୁ ୧୫ ଡିସେମ୍ବର ଦିନ ବିଜେଡି ପକ୍ଷରୁ ଦଳୀୟ ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଘୋଷଣା କରି କହିଥିଲେ କି ଭି.କେ ପାଣ୍ଡିଆନ ୨୦୨୪ ର କୈାଣସି ନିର୍ବାଚନ ଲଢ଼ିବେ ନାହିଁ । ସେକଥାକୁ ସହସା ନିଜେ ପାଣ୍ଡିଆନ ବାବୁ ମଧ୍ୟ ସମର୍ଥନ କରି କହିଥିଲେ କି ସେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ପାଣ୍ଡିଆନଙ୍କ ଏହି ନିର୍ବାଚନ ନ ଲଢ଼ିବାର ବଡ଼ ଘୋଷଣା ଭୁବନେଶ୍ୱର ସମେତ ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଅନେକ ଏହାକୁ ପାଣ୍ଡିଆନଙ୍କ ମାଷ୍ଟରଷ୍ଟ୍ରୋକ ବୋଲି କହୁଛନ୍ତି । ନିଜ ବିଜେଡି ଦଳ ଓ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳ ପାଇଁ ଏହା ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଚକମା ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି । କିନ୍ତୁ ଆମ ମତରେ ଏହା ପାଣ୍ଡିଆନ ବାବୁଙ୍କ ନିର୍ବାଚନ ଲଢ଼ିଲେ ହାରିବା ଡର ବୋଲି ଅନୁମାନ କରୁଛୁ । ନିର୍ବାଚନ ନ ଲଢ଼ିବା ଘୋଷଣାର ଠିକ୍ ଦିନକ ପୂର୍ବରୁ ଖୋଲାକଥାରେ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ବିସ୍ଫୋରକ ବୟାନର ପରିଣାମ ବୋଲି କୁହାଯାଇପାରେ । ନିର୍ବାଚନ ଲଢିଲେ ନିଶ୍ଚିତ ହାରିବେ ବୋଲି ଖୋଲାକଥାରେ ଏକଦମ୍ ଚ୍ୟାଲେଞ୍ଜ କରି କହିଥିଲେ ଖାରବେଳ ବାବୁ । ଏପରିକି ହାରିବା ନିଶ୍ଚିତ ବୋଲି ଲେଖିକି ରଖନ୍ତୁ ବୋଲି ଦମ୍ଭୋକ୍ତି ଦେଖାଇ କହିଥିଲେ ଖାରବେଳ ସ୍ୱାଇଁ । ଏପରି ସ୍ପଷ୍ଟ ଚ୍ୟାଲେଞ୍ଜ ଦେବା ପରଦିନ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ପାଣ୍ଡିଆନ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢ଼େଇ କରୁନାହିଁ । ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ ପାଣ୍ଡିଆନ ବାବୁ ବିଜେଡି ଦଳକୁ ଅଧିକ ସଂଘଟିତ କରିବା ଚକ୍କରରେ ନିର୍ବାଚନ ଲଢୁନାହାନ୍ତି ନା ଖାରବେଳଙ୍କ ସ୍ପଷ୍ଟ ଚ୍ୟାଲେଞ୍ଜ୍‌ରେ ଭୟଭୀତ ହୋଇ ନିର୍ବାଚନରୁ ଦୂରେଇବାକୁ ମନସ୍ଥ କରିଛନ୍ତି । ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସେଥିରେ ଖାରବେଳ ସ୍ୱାଇଁ ପାଣି ପକେଇ ପାଣିଚିଆ କରିଦେଲେ । ତେଣୁ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ଏବେ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ । ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢ଼େଇ କରିପାରିବେ । କାରଣ ଯେହେତୁ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । କିନ୍ତୁ ସେ ଏଥର ନିର୍ବାଚନରେ ଲଢ଼େଇ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଦଳକୁ ଆହୁରି ମଜଭୁତ କରିବେ ବୋଲି ଦେବୀ କହିଛନ୍ତି । ପ୍ରକୃତ କଥା ଆଉ କିଛି ଅଲଗା ହୋଇପାରେ । ଖାରବେଳ ସ୍ୱାଇଁଙ୍କ ଚେତାବନୀ ବିଜେଡି ଲୋକ ହିଁ ପାଣ୍ଡିଆନଙ୍କୁ ହରେଇଦେବେ ଏହି କଥାପଦିକ ହିଁ ପାଣ୍ଡିଆନଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିଲା । ତେବେ ହାରିବାର ଭୟ ଲାଗି ନା ମଜଭୁତ୍ ବିଜେଡି ସଂଗଠନ ଲାଗି ପାଣ୍ଡିଆନ ବାବୁ ନିର୍ବାଚନ ନ ଲଢ଼ିବାକୁ ମନସ୍ଥ କଲେ ଏକଥା ସମୟ କହିବ ।

କୈଳାସ ଚନ୍ଦ୍ର ଶତପଥି
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ

Post Views: 120
Tags: Kharbeh was scared
Share204Tweet127Send
Voice of Victims

Voice of Victims

Recent Posts

  • ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ
  • କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ
  • ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ, ମୁହାଁମୁହିଁ ହେବେ ସରକାର-ବିରୋଧୀ
  • ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ
  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In