• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁଣି ଥରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ହେଲେ ମିନାକ୍ଷୀ ବାହିନୀପତି

by Voice of Victims
July 7, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପୁଣି ଥରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ହେଲେ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆଜି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି ।

ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ଯ୍ୟକରିଥିଲେ । ଏତଦଭିନ୍ନ ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟକରିଥିଲେ। କୋରାପୁଟ ପୌରାଞ୍ଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ ।

ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅଖିଳ ଭାରତ କଂଗ୍ରେସ କମଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧି ଦଳ ନେତା ଜନନାୟକ ରାହୁଲ ଗାନ୍ଧୀଙ୍କ ଆଦର୍ଶ, ଦର୍ଶନ ଓ ମହିଳାମାନଙ୍କ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତାକୁ ଅନୁସରଣ କରି ଓଡ଼ିଶାରେ ମହିଳା ସଂଗଠନକୁ ସୁଦୃଢ଼ କରାଯିବା ସହ ନାରୀନ୍ୟାୟ ସଂଗ୍ରାମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Post Views: 115
Share202Tweet127Send
Voice of Victims

Voice of Victims

Recent Posts

  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା
  • ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In