• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସରସ୍ବତୀ ପୂଜାରେ କଲେଜ ପିଲାଙ୍କ ପାଇଁ ପାଣ୍ଡିଆନଙ୍କ ଘୋଷଣା, ମିଳିବ ୧୦ ହଜାର ଟଙ୍କା ଓ ମ୍ୟାଜିକ କାର୍ଡ

by Voice of Victims
February 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରସ୍ବତୀ ପୂଜାରେ କଲେଜ ପିଲାଙ୍କ ପାଇଁ ପାଣ୍ଡିଆନଙ୍କ ଘୋଷଣା, ମିଳିବ ୧୦ ହଜାର ଟଙ୍କା ଓ ମ୍ୟାଜିକ କାର୍ଡ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।ଏହି ଯୋଜନାରେ ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ସେହିପରି ଏସସି/ଏସଟି ତଥା ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର ଟଙ୍କା ଓ ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ । ସ୍ଥାୟୀ ସରକାରୀ ଚାକିରିଆ ଅଥବା ଆୟକର ଦେଉଥିବା ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପିଲାମାନେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସେ କହିଥିଲେ।
                ସେ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ଶିକ୍ଷାବର୍ଷର ‘ନୂଆ -ଓ ଛାତ୍ରବୃତ୍ତି’ ଟଙ୍କା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେବୃଆରୀ ୨୦ ତାରିଖରୁ ମାସ ଶେଷ ସୁଦ୍ଧା ସିଧାସଳଖ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶାର ସ୍ଵପ୍ନକୁ ବାସ୍ତବ ରୂପାୟନ ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏଥି ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ କରାଯିବ ଏବଂ ଶିକ୍ଷା ତଥା ବିଭିନ୍ନ co-curricular activities ରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପାଣ୍ଠିରୁ ଉଚ୍ଚ ବୃତ୍ତି ରାଶି ପ୍ରଦାନ କରାଯିବ। ଅଗଷ୍ଟ ମାସ ସୁଦ୍ଧା ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ’ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଯେଉଁଥିରେ ଛାତ୍ରଛାତ୍ରୀ ବସ, ଟ୍ରେନରେ ଯାତ୍ରା ସମୟରେ ଫ୍ରି ୱାଇଫାଇ, ଅନଲାଇନ କୋର୍ସ, ସ୍କିଲ ଡେଭେଲପମେଣ୍ଟ, କୋଚିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ ବିଶେଷ ସୁବିଧା ପାଇ ପାରିବେ ବୋଲି ମଧ୍ୟ ସେ କହିଥିଲେ । ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଶକ୍ତ ହେବା ପାଇଁ ନୂଆ ଯୁଗ ଆରମ୍ଭ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନବୀନ ଓଡିଶା ଗଠନର ସାକାରରେ ଏହା ସହାୟତା କରିବ। ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବଡ ସ୍ୱପ୍ନ ଦେଖ ଓ ଏହାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣାଦାୟୀ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଏହି ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନାରେ ରାଜ୍ୟର ସ୍ନାତକ ଶ୍ରେଣୀର ୪.୫ ଲକ୍ଷ ଛାତ୍ରଛାତ୍ରୀ ଓ ସ୍ନାତକୋତ୍ତର ଶ୍ରେଣୀର ୩୨ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

Post Views: 107
Tags: Pandian's announcement for college kids on Saraswati PujaRs 10
Share198Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In