• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୋର୍ଟବ୍ଲେୟାର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

by Voice of Victims
September 13, 2024
in ଦେଶ ବିଦେଶ, ମୁଖ୍ୟ ଖବର
ପୋର୍ଟବ୍ଲେୟାର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରକୁ ‘ଶ୍ରୀ ବିଜୟପୁରମ୍’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ଶାହା ଲେଖିଛନ୍ତି, ‘ଚୋଳ ସାମ୍ରାଜ୍ୟରେ ନୌସେନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଦ୍ୱୀପ ଆଜି ଦେଶର ସୁରକ୍ଷା ତଥା ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ। ଭାରତ ମାତାର ସ୍ୱାଧୀନତା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀଙ୍କ ଦ୍ୱାରା ପ୍ରଥମ ତ୍ରିରଙ୍ଗା ଉତ୍ତୋଳନ ଠାରୁ ଆରମ୍ଭ କରି ସେଲୁଲାର ଜେଲରେ ଥିବା ସବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କର ଏହା ଏହା ସଂଘର୍ଷର ସ୍ଥାନ। ଏପରିକି ୨୦୧୮ ରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ଏବଂ ନିକୋବରରେ ପହଞ୍ଚିଥିଲେ, ସେତେବେଳେ ସେ ତିନୋଟି ଦ୍ୱୀପପୁଞ୍ଜର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ସେ ହାଭେଲକ୍ ଦ୍ୱୀପ, ନିଲ୍ ଦ୍ୱୀପ ଏବଂ ରସ୍ ଦ୍ୱୀପର ନାମ ପରିବର୍ତ୍ତନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ହାଭେଲକ ଦ୍ୱୀପ ବର୍ତ୍ତମାନ ସ୍ୱରାଜ ଦ୍ୱିପ, ନିଲ ଦ୍ୱୀପକୁ ସହିଦ ଦ୍ୱିପ ଏବଂ ରସ ଦ୍ୱୀପ ନେତାଜୀ ସୁଭାଷ ଚନ୍ଦ୍ର ଦ୍ୱିପ ନାମରେ ପରିଚିତ ହେବ।

Post Views: 54
Share201Tweet126Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In