• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

8 ମାର୍ଚ୍ଚରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଏବଂ 9 ମାର୍ଚ୍ଚରୁ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସର ନିୟମିତ ସେବା

by Voice of Victims
March 6, 2024
in ମୁଖ୍ୟ ଖବର, ରାଜ୍ୟ
8 ମାର୍ଚ୍ଚରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଏବଂ 9 ମାର୍ଚ୍ଚରୁ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସର ନିୟମିତ ସେବା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଗତକାଲି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ – ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନକୁ ସୁବଳ ପତାକା ପ୍ରଦର୍ଶନ କରାଇ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଇଛନ୍ତି।

ଉଭୟ ଟ୍ରେନ୍ ଯାହା ସେମାନଙ୍କର ଉଦ୍ଘାଟନୀ ଯାତ୍ରାରେ ଶୁଭାରମ୍ଭ କରାଯାଇଥିଲା ତାହା ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରାଯାଇଥିଲା। ତେବେ, ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ 8 ମାର୍ଚ୍ଚ 2024 ରୁ ଆରମ୍ଭ ହେବ।  ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ 9 ମାର୍ଚ୍ଚ 2024 ଠାରୁ ଏବଂ ଆନନ୍ଦ ବିହାର ଠାରୁ 10 ମାର୍ଚ୍ଚ 2024 ରୁ କାର୍ଯ୍ୟକାରୀ ହେବ।

ପାରାଦୀପ-କେନ୍ଦୁଝରଗଡ଼- ପାରାଦୀପ ମେମୁ ବିଶେଷ ପାସେଞ୍ଜର:

08406/08405 ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ୍ ପାରାଦୀପ ଠାରୁ ଭୋର 05ଘ.30ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ଅପରାହ୍ନ 11ଘ.25ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ ଠାରୁ ଅପରାହ୍ନ 04ଘ.30ମି.ରେ ଛାଡି ପାରାଦୀପ ଠାରେ ରାତ୍ରି 09ଘ.30ମି.ରେ ପହଞ୍ଚିବ।

ଏହି ଟ୍ରେନରେ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୁଆଗାଓଁ, କଳାଘର, ମାର୍ସାଘାଇ ରୋଡ, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ, ଚଣ୍ଡିଖୋଲ, ହରିଦାସପୁର, ନୂଆ ଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ, ଯଖପୁରା, ଯାଜପୁର କେନ୍ଦୁଝର ରୋଡ଼, ସୁକିନ୍ଦା ରୋଡ, ବାଘୁଆପାଳ, ଟମକା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଲକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ।

କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ:

18427/18428 କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ ପ୍ରତି ଶନିବାର ଦିନ ଭୋର 04ଘ.15ମି.ରେ ଛାଡି ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.10ମି.ରେ ଆନନ୍ଦ ବିହାରରେ ପହଞ୍ଚିବ।  ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 05ଘ.20ମି.ରେ ଛାଡି ପ୍ରତ୍ୟେକ ସୋମବାର ଦିନ ରାତ୍ରି 11ଘ.55ମି.ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଏସି -1ମ ଶ୍ରେଣୀ, ଦୁଇଟି ଏସି-2 ଟାୟାର, ପାଞ୍ଚଟି ଏସି -3 ଟାୟାର, ଗୋଟିଏ ଏସି -3 ଟାୟାର (ଇକୋନୋମି), ଛଅ ଟି ସ୍ଲିପର ଶ୍ରେଣୀ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଂଡିଲ, ମୁରି, ବୋକରୋ ଷ୍ଟିଲ ସିଟି, ରାଜାବେରା, ଏନଏସସି ଗୋମୋ, କୋଡ଼ର୍ମା, ଗୟା, ସାସାରାମ, ଡ଼ିଡ଼ିୟୁ ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ୍, ଟୁଣ୍ଡଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ।

Post Views: 56
Share201Tweet126Send
Voice of Victims

Voice of Victims

Recent Posts

  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
  • ବଙ୍ଗଳା ପୋଲିସର ବଡ ପଦକ୍ଷେପ: ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କୁ କଲା ଅନଫଲୋ
  • ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ , CDS ନିଯୁକ୍ତ କଲେ କେନ୍ଦ୍ର ସରକାର
  • ପଶ୍ଚିମବଙ୍ଗରେ ପ୍ରଥମ ସରକାର ଗଠନ କଲା ବିଜେପି: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In