• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ

by Voice of Victims
August 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରି କରି କୋଟିପତି ପାଲଟି ଯାଇଛନ୍ତି ଯନ୍ତ୍ରୀ । ଠୁଳ କରିଛନ୍ତି ଆଖି ଖୋସିଦେବା ପରି ଅମାପ ସମ୍ପତ୍ତି । ତାଙ୍କର ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ୍ । କେବଳ ପ୍ଲଟ ନୁହେଁ, ଏକାଧିକ ଫ୍ଲାଟ ଓ ଘର ବି କରିଛନ୍ତି ବାବୁ । ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ଉରେ ବାବୁଙ୍କ ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ଏସବୁ ସମ୍ପତ୍ତିର ମାଲିକ ହେଉଛନ୍ତି ଆନନ୍ଦପୁର ବ୍ୟାରେଜର ମୁଖ୍ୟଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୫ଟା ସମୟରେ ଶ୍ରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ, ଶ୍ରୀ ପ୍ରଧାନଙ୍କ ପାଖରେ ୮୫ଟି ପ୍ଲଟ ଅଛି । ସେଥିମଧ୍ୟରୁ କେବଳ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୮୦ଟି ପ୍ଲଟ ରହିଛି । ପୁରୀ ଜିଲ୍ଲା ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି । ଚଢ଼ଉ ସମୟରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ ଗ୍ରାମର ସୁନା ଗହଣା ଜବତ ହୋଇଛି । ଏହା ସହ ଏକ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି । ତାଙ୍କ ଘର ଓ ସରକାରୀ କ୍ୱାର୍ଟର୍ସ ସମେତ ୭ଟି ସ୍ଥାନରେ ଚଢଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଜଳେଶ୍ୱର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ନୂଆ କରି ତିଆରି ହେଉଥିବା ୫ ମହଲା ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛନ୍ତି । ଏହା ସହ ସେହି ବଡ଼ବଜାରରେ ଥିବା କୋଠା, ମାର୍କେଟ୍ କମ୍ପେ୍ଲକ୍ସ, ଆଇଟିଆଇଟି ଛକରେ ଥିବା ସରକାରୀ ବାସଭବନ, ଅଫିସ୍ ଓ ଜଳେଶ୍ୱରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ଉ କରାଯାଉଛି । ରେଡ୍ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଛି । ଏହା ସହ କିଛି ବ୍ୟାଙ୍କ ଜମା ଓ କାଗଜପତ୍ର ମଧ୍ୟ ଜବତ କରାଯାଇଛି । ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ୱର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ । ଦୁଇ ଦିନ ତଳେ ସରକାର ତାଙ୍କୁ ଆନନ୍ଦପୁର ବ୍ୟାରେଜ ଡିଭିଜନର ମୁଖ୍ୟଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି । ସେ ନୂତନ ପଦୋନ୍ନତି ପାଇ ଘରେ ଉତ୍ସବ ବନାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାହାକୁ ଫିକା ପକାଇ ଦେଇଛନ୍ତି । ଶ୍ରୀ ପ୍ରଧାନ ଗିରଫ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Post Views: 39
Share199Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In