• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ AI ଛାଉଣୀରେ ରହିବ ପୁରୀ, ୧୦ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା

by Voice of Victims
June 8, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ AI ଛାଉଣୀରେ ରହିବ ପୁରୀ, ୧୦ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା

ପୁରୀ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହେବ । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା କରାଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।  ଟ୍ରାଫିକ କଟକଣା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସେହିପରି AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । ୧୦୦ ରୁ ଅଧିକ କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ନଜର ରଖିବ AI । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ଏପଟେ ବଡଦାଣ୍ଡ ଏବଂ ବେଳାଭୂମିରେ ଫୋର୍ସ ମୁତୟନ ହେବେ । ସ୍ନାନଯାତ୍ରା ଦିନ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପ ବିନିତ ଅଗ୍ରୱାଲ ।

ସେପଟେ ସ୍ନାନ ପୂର୍ଣ୍ଣିମା‌ ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍‌ ଆଡଭାଇଜରୀ ଜାରି କରିଛି । ୧୦ ତାରିଖ ସନ୍ଧ୍ୟା ଠାରୁ ଲାଗୁ ହେବ ଟ୍ରାଫିକ୍ କଟକଣା । ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ଚାରି ଚକିଆ ଯାନ ଉପରେ କଟକଣା । ଦୁଇ ଚକିଆ ଯାନ ପାଇଁ ମାର୍କେଟ ଛକ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ବ୍ୟବସ୍ଥା । ଭୁବନେଶ୍ୱର ଆଡୁ ଆସିବାକୁ ଥିବା ଚାରିଚକିଆ ଯାନ ଜେଲ୍ ରୋଡ, ଶରଧାବାଲିରେ ପାର୍କିଂ କରିପାରିବେ । କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲି ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଗୁଡିକ ଯାତ୍ରୀକାରେ ପାର୍କିଂ କରିପାରିବେ ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ୍ ଆଡଭାଇଜରିକୁ ଅନୁପାଳନ କରିବା ପାଇଁ ପୁରୀ ଏସ୍‌ପିଙ୍କ ଅନୁରୋଧ । ପୁରୀ ପୋଲିସ ପକ୍ଷରୁ ଭକ୍ତଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫଗାର୍ଡ ମୁତୟନ କରାଯାଇଛି । ଏ ନେଇ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Post Views: 41
Share197Tweet123Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In