• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅବକାରୀ ଜଏଣ୍ଟ କମିଶନରଙ୍କ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

by Voice of Victims
July 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅବକାରୀ ଜଏଣ୍ଟ କମିଶନରଙ୍କ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର : ଆକ୍ସନ ମୁଡ୍‌ରେ ଓଡ଼ିଶା ଭିଜିଲାନ୍ସ । ଗୋଟିଏ ପରେ ଗୋଟିଏ ଲାଞ୍ଚୁଆ ଅଧିକାରୀଙ୍କ କୁଣ୍ଡଳି କାଡି ସେମାଙ୍କ ଉପରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍ । ୪ ଦିନ ତଳେ ବଲାଙ୍ଗିର ଲୋୟର ସୁକତେଲ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତାଙ୍କର ଅମାପ ସମ୍ପତ୍ତି ଜବତ କରିଥିବା ବେଳେ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ୧୦ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ସୋମବାର ରାମଚନ୍ଦ୍ର ମିଶ୍ରଙ୍କ ବାସଗୃହ ସମେତ ୧୦ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ୧୦ ଟିମ୍ ଏକକାଳିନ ଚଢ଼ଉ କରିଥିଲା । ଭିଜିଲାନ୍ସର ୧୦ଟି ଟିମ୍ ଶ୍ରୀ ମିଶ୍ରଙ୍କ ବଲାଙ୍ଗିର ଠିକାଦାରପଡ଼ାରେ ଥିବା ଏକ ତିନି ମହଲା ବିଶିଷ୍ଟ କୋଠା, ବଲାଙ୍ଗିର ଠିକାଦାରପଡ଼ାରେ ଥିବା ଅନ୍ୟ ଏକ ମହଲା କୋଠା, ବରଗଡ଼ ବଦ୍ରିପ୍ରଶାଦ ଆପାର୍ଟମେଣ୍ଟ ଥିବା ଫ୍ଲାଟ, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, ସୁବର୍ଣ୍ଣପୁର ତରଭାର ନାର୍ଦ୍ଧାକଣ୍ଟାରେ ଥିବା ପୈତୃକ ଘର, ତାଙ୍କ ଗାଁ ପଖ କଣ୍ଡାରାପିଟାରେ ଥିବା ଘର, ତରଭାରେ ଥିବା ରାଇସ ମିଲ୍‌, ଖାରବେଳନଗର ଚନ୍ଦ୍ରମା କମ୍ପେ୍ଲକ୍ସରେ ଥିବା ଫ୍ଲାଟ, ସେ ରହୁଥିବା ଖଣ୍ଡଗିରି ଧର୍ମ ବିହାରରେ ଭଡ଼ା ଘର ସହିତ ରୁପାଲି ଛକକରେ ଥିବା ଆଇପିଆଇସିଓଏଲରେ ଅଫିସରେ ଭିଜିଲାନ୍ସ ଟିମ୍ ଏକକାଳିନ ଚଢ଼ଉ କରିଥିଲା । ଚଢ଼ଉ ପରେ ଶ୍ରୀ ମିଶ୍ରଙ୍କ ସମ୍ପତ୍ତିର ତାଲିକା ଦେଖି ତାଜୁବ ହୋଇଯାଇଥିଲେ ଚଢ଼ଉ କରୁଥିବା ଭିଜିଲାନ୍ସ ଅଧିକାରୀ । ଶ୍ରୀ ମିଶ୍ରଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ୫୨ଟି ପ୍ଳଟ୍‌, ୬ଟି କୋଠା ଓ ୨ଟି ଫ୍ଲାଟ୍ ସହିତ ତାଙ୍କର ଗୋଟିଏ ରାଇସ୍ ମିଲ୍ । ଶ୍ରୀ ମିଶ୍ରଙ୍କର ୫୨ଟି ପ୍ଲଟ୍ ମଧ୍ୟରୁ ସମ୍ବଲପୁର ୨ଟି, ବଲାଙ୍ଗିର ୩ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୪୭ଟି ପ୍ଲଟ୍ ଭିଜିଲାନ୍ସ ଟିମ୍ ହାତରେ ଲାଗିଛି । ସେହିପରି ୬ଟି କୋଠା ମଧ୍ୟରୁ ଭୁବନେଶ୍ୱରର ଆଇଗିଣିଆ ସ୍ଥିତ ଏମ୍‌ଆଇଜି-୩ରେ ଏକ ଡୁପ୍ଲେକ୍ସ ରହିଥିବା ବେଳେ ଭୁବନେଶ୍ୱରର ଖାରବେଳ ନଗରରେ ଥିବା ଚନ୍ଦ୍ରମା କମ୍ପେ୍ଲକ୍ସରେ ୨-ବିଏଚ୍‌କେ ଫ୍ଲାଟ୍ ରହିଛି । ବରଗଡ଼ର ବଦ୍ରିପ୍ରଶାଦ ଆପାର୍ଟମେଣ୍ଟରେ ଗୋଟିଏ ୨- ବିଏଚ୍‌କେ ଫ୍ଲାଟ ରହିଛି । ସେହପରି ବଲାଙ୍ଗିର ଠିକାଦାରପଡ଼ାରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ସହିତ ଗୋଟିଏ ଏକ ମହଲା ଘର ରହିଛି । ସମ୍ବଲପୁର ଜିଲ୍ଲାର ବୁର୍ଲାରେ ତାଙ୍କର ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା ଅଛି । ସେହିପରି ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା ବିଶିଷ୍ଟ କୋଠା ଥିବା ବେଳେ ସୁବର୍ଣ୍ଣପୁର ତାରଭାରେ ଗୋଟିଏ ଅଚଳ ରାଇସ ମିଲ୍ ରହିଛି । ତତ୍‌ସହିତ ସୁବର୍ଣ୍ଣପୁରରେ ତାଙ୍କର ଗୋଟିଏ ଫାର୍ମ ହାଉସ୍ ଅଛି । ବ୍ୟାଙ୍କରେ ସେ ୨୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ତାଙ୍କ ଘରୁ ୨୩୦ ଗ୍ରାମର ସୁନା ଅଳଙ୍କାର ଓ ୩୧୭ ଗ୍ରାମର ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ତାଙ୍କର ନଗଦ ଟଙ୍କା ସହିତ ୩ଟି ଦୁଇ ଚିକିଆ ଯାନ ସହିତ ୧୧.୨୫ ଲକ୍ଷ ଟଙ୍କାର ଗୃହଉପୋକରଣ ଭିଜିଲାନ୍ସ ହାତରେ ଲାଗିଛି । ଶ୍ରୀ ମିଶ୍ରଙ୍କର ସମସ୍ତ ପ୍ଲଟ, କୋଠା ଓ ଫ୍ଲାଟର ମୂଲ୍ୟାୟନ ଚାଲିଛି । ସେହିପରି ସେ ମ୍ୟୁଚୁଆଲ ଫଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ନିବେଶ କରିଛନ୍ତି । ସେ ସବୁର ଗଣତି ଜାରି ରହିଛି । ଅବକାରୀ ବିଭାଗରେ ସବ୍ ଇନିସପେକ୍ଟର ଭାବେ ଚାକିରି ଆରମ୍ଭ କରିଥିଲେ ଶ୍ରୀ ମିଶ୍ର । ଏହା ଭିତରେ ୩୦ ବର୍ଷ କାର୍ଯ୍ୟକରି ସେ ଜଏଣ୍ଟ କମିଶନର ହୋଇଯାଇଛନ୍ତି । ଚାକିରି ଆଉ ୮ ମାସ ଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଛନ୍ତି ଶ୍ରୀ ମିଶ୍ର । ସବୁଠାରୁ ବଡ କଥା ହେଲା ସେ ନିଜକୁ ସଚୋଟ ତଥା ନିର୍ମଣ ଭାବମୂର୍ତ୍ତି ବଜାଇ ରଖିବା ପାଇଁ ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ ଓ ଗୋଟିଏ ଫ୍ଳାଟ ଥିଲେ ମଧ୍ୟ ଧର୍ମ ବିହାରରେ ଭଡ଼ା ଘରେ ରହୁଛନ୍ତି । ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ତାଙ୍କର ଆହୁରି ସମ୍ପିତ୍ତି ତାଲିତା ବଢିପାରେ । ଏହି ଚଢ଼ଉରେ ୧୫ ଜଣ ଇନିସପେକ୍ଟର ସହିତ ଅନ୍ୟ ସହଯୋଗ ସ୍ଟାଫ୍ ସାମିଲ ହୋଇଥିଲେ ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In