• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ହନୁମାନ ଦେବଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି

by Voice of Victims
December 22, 2023
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ହନୁମାନ ଦେବଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି

ରଣପୁର (ଭିଓଭି) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମପଞ୍ଚାୟତର ଗୋବର୍ଦ୍ଧନ ପୀଠରେ ମହାବୀର ସଙ୍କଟ ମୋଚନ ହନୁମାନ ଦେବଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇ ଶୁକ୍ରବାର ଅପରାହ୍ନରେ ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି | ଚଳିତ ମାସ ଶୁକ୍ଳ ପକ୍ଷ ଇଂରାଜୀ ତା ୧୮.୧୨.୨୦୨୩ ରିଖ ସୋମବାର ଠାରୁ ତା ୨୨.୧୨.୨୦୨୩ ରିଖ ଶୁକ୍ରବାର ପର୍ଯ୍ୟନ୍ତ ଏହି ତ୍ରିଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ ସମାଜର ମଙ୍ଗଳକାମନା ଉଦ୍ଦେଶ୍ୟ କରାଯାଇଥିଲା । ଚଳିତ ମାସ ଗତ ୧୮ ତାରିଖ ସୋମବାର ଦିନ ଅଙ୍କୁରରୋପଣ, ୧୯ ତାରିଖ ମଙ୍ଗଳବାର ଦିନ ୧୦୮ କୁମ୍ଭ କଳସ ଯାତ୍ରା, ୨୦ ତାରିଖ ବୁଧବାର ଦିନ ଯଜ୍ଞାରମ୍ଭ, ୨୧ ତାରିଖ ଗୁରୁବାର ଦିନ ଯଜ୍ଞଆହୁତି ଏବଂ ୨୨ ତାରିଖ ଶୁକ୍ରବାର ଦିନ ଗୋଧୂଳି ସମୟରେ ପୂର୍ଣ୍ଣାହୁତି ସମ୍ପନ୍ନ ହେବା ସହିତ ପ୍ରସାଦସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ମନ୍ଦିର ପରିଚାଳନା କମିଟି ସଭ୍ୟବୃନ୍ଦ ତଥା ବୃନ୍ଦାବନପୁର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମବାସୀବୃନ୍ଦ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ | ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକୁ ଉପଭୋଗ କରିବା ପାଇଁ ଶହ ଶହ ଜନସାଧାରଣଙ୍କ ଭିଡ ଲାଗି ରହୁଥିଲା | ଏହି ଅବସରରେ ଏଠାରେ ମଧ୍ୟ ଦୋଳି ସହିତ ବିଭିନ୍ନ ଦୋକାନ ବଜାର ପଡିଥିଲା |ପୂର୍ଣ୍ଣାହୁତି ଦିନ ହଜାର ହଜାର ଭକ୍ତଙ୍କ ଲମ୍ବା ଧାଡି ଲାଗି ରହିଥିଲା।

Post Views: 73
Share212Tweet132Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In